ଶିଶୁ ଶ୍ରମିକ ନିରାକରଣ ପକ୍ଷ ପାଳିତ
ଯାଜପୁରଟାଉନ : ଜିଲ୍ଲା ପ୍ରଶାସନର ମିଳିତ ଆୟୋଜନରେ ଶିଶୁ ଶ୍ରମିକ ନିରାକରଣ ସଚେତନତ ପାଳନ ହୋଇଛି । ଶିବ ଶଙ୍କର ମିଶ୍ର, ଯୁଗ୍ମ ଶ୍ରମ ଆଯୁକ୍ତ ସତ୍ୟନାରାୟଣ ଆଚାର୍ଯ୍ୟ ରେକ୍ସୋନା ଜେନା, ଯାଜପୁର ଶିଶୁ କଲ୍ୟାଣ ସମିତି କାମିନିରଞ୍ଜନ ପଟ୍ଟନାୟକ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ନିରଞ୍ଜନ କର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରଙ୍କ ଦ୍ୱାରା ଏହା ଉଦଘାଟନ କରାଯାଇଥିଲା ।
୬-୧୪ ବର୍ଷ ମଧ୍ୟରେ ଶିଶୁ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରିଲେ କିମ୍ବା କିଶୋର ଶ୍ରମିକଙ୍କୁ ବିପଦ ସଙ୍କୁଳ ବୃତ୍ତି ଓ ପ୍ରକ୍ରିୟାରେ ନିୟୋଜିତ କଲେ ଆଇନରେ ଥିବା ଦଣ୍ଡ ବିଧାନର ବିଧି ବିଧାନର ସଚେତନ କରାଯାଇଥିଲା । ସଚେତନତା ରଥଟି ଜିଲ୍ଲାରେ ସମସ୍ତ ପୌରାଞ୍ଚଳ ଓ ବ୍ଲକ ଏରିଆରେ ଭ୍ରମଣ କରି ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ । ଏତଦବ୍ୟତୀତ ସ୍କୁଲର ଏନସିସି ଛାତ୍ର ଓ ଛାତ୍ରୀ, ଏନଜିଓ ସଦସ୍ୟ, ଜିଲ୍ଲା ନିୟୋଜନ ଅଧିକାରୀ, ଶିକ୍ଷା ଅଧିକାରୀ, ବିଭିନ ଶ୍ରମିକ ସଂଗଠନର ସଭ୍ୟ, ଶ୍ରମ ବିଭାଗର ଦେବାଶିଷ ଜେନା, ଭରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ ),ସହକାରୀ ଶ୍ରମ ଅଧିକାରୀ ସୌମ୍ୟ ସୁନ୍ଦର ରାଉତରାୟ, ସୌମ୍ୟ ରଞ୍ଜନ ବେହେରା, ସ୍ମୃତି ରଞ୍ଜନ ପଣ୍ଡା ଓ କୁମାରୀ ରଚନା ସେଠୀଙ୍କ ଦ୍ୱାରା ସଚେତନତା ରାଲି ବିକାଶ ମେଳା ମଇଦାନରୁ ବାହାରି ଜିଲ୍ଲା ମୁଖ୍ୟ ଚିକିସôାଳୟ ଦେଇ ଗାନ୍ଧୀଛକ ପର୍ଯ୍ୟନ୍ତ ଯାଇ ସମସ୍ତ ଦୋକାନ, ବାଣିଜ୍ୟ ପ୍ରତିଷ୍ଠାନ ଓ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ।