ଚମ୍ପୁଆ ଏନ୍ଏସିର ବିକଳ ଚିତ୍ର : ହୁଡିସାହି ଗାଁକୁ ନାହିଁ ରାସ୍ତା
ଚମ୍ପୁଆ: ଚମ୍ପୁଆ ଏନ୍ଏସିକୁ ୧୦ ବର୍ଷ ପୁରିବାକୁ ଆଉକିଛି ଦିନ ବାକି ରହିଥିବା ବେଳେ, ୧୩ ନମ୍ବର ୱାର୍ଡର ହୁଡିସାହି ଗାଁକୁ ନିତିଦିନିଆ ରାସ୍ତା ନଥିବା ପରିତାପର ବିଷୟ ପାଲଟିଛି । ଏନ୍ଏସିର ଉନ୍ନତିକୁ ଶିଖରରେ ପହଞ୍ଚାଇବା ପାଇଁ ଡିଣ୍ଡିମ ପିଟୁଥିବା ଏନ୍ଏସି କର୍ତ୍ତୁପକ୍ଷଙ୍କ ନଜର ଆଜି ପର୍ଯ୍ୟନ୍ତ ଏ ଗାଁ ଉପରେ ପଡିପାରିଲା ନାହିଁ । ଜନସାଧାରଣଙ୍କ ବିଭିନ୍ନ ମୌଳିକ ଅଧିକାରକୁ ଗୁରୁତ୍ୱ ଦେବା ଏନ୍ଏସିର ପ୍ରଥମ କର୍ତ୍ତବ୍ୟ ହୋଇଥିବା ବେଳେ, ରାସ୍ତା ପାଇଁ ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ସତ୍ୱେ ଆଜିପର୍ଯ୍ୟନ୍ତ ନିତିଦିନିଆ ରାସ୍ତାଟିଏ ନିର୍ମାଣ ହୋଇପାରିଲା ନାହିଁ । ବର୍ତ୍ତମାନ ସୁଧା ୫ ଜଣ ଏନ୍ଏସି ନିର୍ବାହୀ ଅଧିକାରୀ ନିଜ ଦାୟିତ୍ୱ ନିର୍ବାହ କରି ଅନ୍ୟତ୍ର ବଦଳି ହୋଇଯାଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଗ୍ରାମବାସୀଙ୍କ ରାସ୍ତା ସ୍ୱପ୍ନ ପୂରଣ ହୋଇପାରିଲା ନାହିଁ । ନିତିଦିନିଆ ରାସ୍ତା ନଥିବାରୁ ଲୋକେ ଜଙ୍ଗଲ ରାସ୍ତା ଓ ପାଦ ଚଲା ରାସ୍ତା ଭରଷାରେ ଦିନ କାଟୁଛନ୍ତି ଏନ୍ଏସି ମୁଖ୍ୟାଳୟରେ ରାସ୍ତା ଘାଟର ଉନ୍ନତି ହୋଇଚାଲିଥିବା ବେଳେ, ଉପାନ୍ତ ଏହି ହୁଡି ସାହିର ନିତିଦିନିଆ ରାସ୍ତା ନିର୍ମାଣ ନହେବା ଗ୍ରାମବାସୀଙ୍କ ମନରେ ଗଭୀର ଆଘାତ ପ୍ରଦାନ କରିଛି । ବର୍ଷା ଦିନେ ନାହିଁ ନଥିବା କଷ୍ଟ ପାଉଥିବା ଏହି ଗ୍ରାମବାସୀ ଅନ୍ୟଦିନ ଗୁଡିକରେ ଏନ୍ଏସି ମୁଖ୍ୟାଳୟକୁ ଆସିବାକୁ ହେଲେ ରଜିଆ ପଂଚାୟତର କଂଚନପୁର ଓ ଜୟ"ିନାପୁର ଦେଇ ୪ରୁ ୫ କି.ମି ବୁଲୁବାକୁ ପଡୁଛି । ରାଜାରାଜଗୁଡା ଅଂଚଳରୁ ଏଠାରେ