ଆଦର୍ଶ ବିଦ୍ୟାଳୟ ବାର୍ଷିକ କ୍ରୀଡାଉତ୍ସବ
ରାଜନଗର: ରାଜନଗର ବ୍ଲକ ଆଦର୍ଶ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ରାଜନଗର ହାଇସ୍କୁଲ ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ପଂଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର ଯୋଗଦେଇ କ୍ରୀଡ଼ା ପ୍ରତିଯୋଗିତାକୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ମୁଖ୍ୟଅତିଥି ଭାବେ ପ୍ରାଧ୍ୟାପକ ସତ୍ୟବାଦୀ ଜେନା, ସମ୍ମାନିତଅତିଥି ଷ୍ଟେଟବ୍ୟାଙ୍କ ମ୍ୟାନେଜର ପ୍ରଶାନ୍ତ ସାହୁ ଓ ହାଇସ୍କୁଲ ପ୍ରଧାନଶିକ୍ଷକ ଜ୍ଞାନରଞ୍ଜନ ଛାଟୋଇ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ାର ଆବଶ୍ୟକତା ସମ୍ପର୍କରେ ବୁଝାଇ ଥିଲେ । ପ୍ରାରମ୍ଭରେ ଆଦର୍ଶ ସ୍କୁଲ ଅଧ୍ୟକ୍ଷା ସଦମା ଜହିନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ, ଶିକ୍ଷୟିତ୍ରୀ ଦୁର୍ଗାଶ୍ରୀ ଷଡ଼ଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଦୁଇଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗିତାକୁ କ୍ରୀଡ଼ାଶିକ୍ଷକ ଜଗନ୍ନାଥ ପରିଡା ପରିଚାଳନା କରୁଥିବା ବେଳେ, ଶିକ୍ଷକ ଚନ୍ଦନ କବି, ଚନ୍ଦ୍ରକାନ୍ତ ଜେନା, ଝୁମବାଳା ସାହୁ ଓ ଲୋପାମୁଦ୍ରା ପ୍ରମୁଖ ସହାୟତା କରୁଛନ୍ତି ।