ବାଲିଘାଟରୁ ଡ୍ରାଇଭରଙ୍କ ଶହ ଉଦ୍ଧାର
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ଥାନା ତରଭା ଫାଣ୍ଡି ନାଗେନା ବାଲିଘାଟରୁ ଜଣେ ଗାଡିଚାଳକର ମୃତଦେହକୁ ପୁଲିସ ଉଦ୍ଧାର କରିଛି । ମୃତକ ହେଲେ ସଦରଥାନା ଚାଉଳିଆ ଖମାର ଗ୍ରାମର କ୍ଷୀର ନାଏକଙ୍କ ପୁଅ ରୁଦ୍ରଭାନୁ ନାଏକ(୨୮) । ମୃତକଙ୍କ ସ୍ତ୍ରୀ ବିବି ନାଏକଙ୍କ ଅଭିଯୋଗ ଅନୁଯାୟୀ, ରୁଦ୍ର ହାଇୱା ଗାଡିର ଡ୍ରାଇଭର ହୋଇଥିବା ବେଳେ ନାଗେନା ଘାଟରୁ ବାଲି ଉଠାଇ ଚାଲାଣ କରନ୍ତି । ଗତ ଶନିବାର ରାତି ୧୧ ଟାରେ ଘରୁ ଖାଇପିଇ ବାଲି ଉଠାଇବା ଲାଗି ଘାଟକୁ ଯିବାକୁ ବାହାରିଲେ । ଘରେ କେହି ନଥିବାରୁ ଘାଟକୁ ନ ଯିବା ଲାଗି ବିବି ତାଙ୍କୁ କହିଥିଲେ । ଗୋଟେ ଟ୍ରିପ ବାଲି ଉଠାଇବା ପରେ ଘରକୁ ଆସି ରେଷ୍ଟ ନେବା ପରେ ପୁଣି ଯିବେ ବୋଲି କହି ଚାଲିଯାଇଥିଲେ । ପରେ ରୁଦ୍ରଙ୍କୁ ସ୍ତ୍ରୀ ବବି ଯେତେଫୋନ କଲେ ମଧ୍ୟ ସେ ଆଉ ଉଠାଇଲେନାହିଁ । ରବିବାର ସକାଳେ ମଧ୍ୟ ଫୋନ କରିଥିଲେ ହେଲେ ଫୋନ ଉଠାଇଲେନାହିଁ । ପରେ ସକାଳ ୯ଟାରେ ଗାଡି ମାଲିକ ଫୋନ କରି ତୁମ ସ୍ୱାମୀକୁ କେହି ଗାଡି ଧକ୍କା କରିଦେଇଛି ବୋଲି କହିଥିଲେ । ଘାଟରେ ପହଂଚିବା ପରେ ସେ ମରିପଡିଥିବା ଦେଖିଥିଲେ । କେହି ମୋ ସ୍ୱାମୀକୁ ମାରି ଦେଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି । ଖବର ପାଇ ତରଭା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା । ଗାଡି ମାଲିକ ପ୍ରଶାନ୍ତ କୁମାର ପରିଡା କୁହନ୍ତି ଯେ, ରୁଦ୍ର ଗତ ୧୫/୨୦ ଦିନ ହେବ ମୋ ଗାଡି ଚଲାଉଥିଲେ । ଗତକାଲି ସେ ପ୍ରଥମ ଟ୍ରପ ବାଲି ନେବା ପରେ ଦ୍ୱିତୀୟ ଟ୍ରିପ ବାଲି ଢେଙ୍କାନାଳରେ ଛାଡିଲେ । ଆଉ କେତେ ଟ୍ରିପ ଯିବ ବୋଲି ସେ ପଚାରିଥିଲେ । ଆଉ ୨/୩ ଟ୍ରିପ ସହ ନିର୍ଦ୍ଧାରିତ ସ୍ଥାନ ମଧ୍ୟ କହିଥିଲି । ପରେ ସେ ଆଉ ମୋତେ ଫୋନ କରିନାହିଁ । କାମ ସାରି ସକାଳେ ଫୋନ କରିବ ବୋଲି ଭାବିଥିଲି । ଭୋରରୁ ଖବର ଆସିଲା ଯେ, ଡ୍ରାଇଭରର ଗାଡି ଧକ୍କାରେ ଜୀବନ ଚାଲିଯାଇଛି । ତୁରନ୍ତ ଏ ସଂପର୍କରେ ତରଭା ଫାଣ୍ଡି ଏବଂ ତାଙ୍କ ଘରକୁ ଯୋଗଯୋଗ କରି ଜଣାଇଥିଲି । ତେବେ ଘଟଣାରେ ସଂପୃକ୍ତ ଥିବା ସନେ୍ଦହରେ ପୁଲିସ ୨ ଜଣ ଡ୍ରାଇଭରକୁ ଅଟକ ରଖିବା ସହ ଏକ ୍ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାଯାଇଛି ।