ଉଛୁଳିବ ବ୍ରାହ୍ମଣୀ; ସତର୍କ କଲା ପ୍ରଶାସନ

 ଯାଜପୁର: ଉଛୁଳିବ ବ୍ରାହ୍ମଣୀ । ଲଘୁ ଚାପ ଜନୀତ ବର୍ଷା କାରଣରୁ ରେଙ୍ଗାଲି ଡ଼୍ୟାମରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ପୂର୍ବକ ଗୋଟିଏ ଗେଟ ଖୋଲା ଯାଇଥିବା ବେଳେ ଆଉ ଗୋଟିଏ ଗେଟ ଖୋଲିବାର ରହିଛି । ରେଙ୍ଗାଲିରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଗେଟ ଖୋଲିବା ଆରମ୍ଭ କରିଛି । ଖୋଲାଯାଇଥିବା ଗେଟର ଜଳ ୨୪ଘଂଟା ଭିତରେ ଯାଜପୁର ଦେଇ ପ୍ରବାହିତ ବ୍ରାହ୍ମଣୀରେ ପହଁଚିବ । ଯାହା ଜଳସ୍ତରକୁ ବୃଦ୍ଧିକରିବ । ପରେ ପରେ ଆଉ ଗୋଟିଏ ଗେଟ ଖୋଲିଲେ ତାହା ବ୍ରାହ୍ମଣୀକୁ ଉଛୁଳାଇବ । ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ଠାରୁ  ସୂଚନା ପାଇବା ପରେ ଯାଜପୁର ଜିଲା ପ୍ରଶାସନ ଜନସାଧାରଣଙ୍କ ନିମନ୍ତେ ସଚେତନତା ଜାରି କରିଛି । ପ୍ରଶାସନ ପକ୍ଷରୁ ନଦୀକୂଳବାସୀଙ୍କ ସଚେତନ କରିବା ପୂର୍ବକ କୌଣସି ବ୍ୟକ୍ତି ନଦୀ କିମ୍ବା ନଦୀକୂଳକୁ ପ୍ରବେଶ ନକରିବାକୁ କୁହାଯାଇଛି । ଏପରିକି  ପଶୁ ଏବଂ ଗୃହପାଳିତ ପଶୁମାନଙ୍କୁ ନଦୀ ଅଂଚଳରୁ ଦୂରରେ ରଖାଯିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।