ବାହାନଡା ଚନ୍ଦନ ଯାତ୍ରା ଉଦ୍ୟାପିତ

ବେତନଟୀ : ବେତନଟୀ ବ୍ଲକ ଅଧୀନ ବାହାନଡା ସ୍ଥିତ ବାହାନଡା ଚନ୍ଦନ କମିଟି ଦ୍ୱାରା ଆୟୋଜିତ ଦୁଇଦିନିଆ ଚନ୍ଦନଯାତ୍ରା  ଉଦ୍ୟାପିତ ହୋଇଯାଇଛି । ଦୁଇଦିନ ଧରି ସଂକୀର୍ତ୍ତନ ଓ ଠାକୁରଙ୍କୁ ନେଇ ପୁଷ୍କରିଣୀରେ ନୌକା ଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଆଜି ଶହ ଶହ ଶ୍ରଦ୍ଧାଳୁ ଯୋଗ ଦେଇ ପ୍ରସାଦ ସେବନ କରିଥିଲେ ।  ଏହି ଯାତ୍ରାକୁ ସମାଜସେବୀ ନିରଞ୍ଜନ ମହାନ୍ତି, ସଞ୍ଜୟ ମଢୁଆଳ, ରୁନା ସାମଲ, କୁନା ସାମଲ, ରାଜେଶ କୁମାର ନାୟକ, ମନୋଜ କୁମାର ପଣ୍ଡା, ପ୍ରିୟଜିତ ନାୟକ, ତନ୍ମୟ ପଣ୍ଡିତ, ନିରୋଜ ଜେନା, ସୁଭମ ପାତ୍ର, ଅଭିଜିତ ନାୟକ ପ୍ରମୁଖ ସହଯୋଗ କରିଥିଲେ ।