ଉନ୍ନୟନ କମିଶନରଙ୍କ ସମ୍ଭାବ୍ୟ  ବନ୍ୟା ପରିଚାଳନା ସମ୍ପର୍କରେ ସମୀକ୍ଷା 


ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର, : ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୋମବାର ବିଭାଗର ବରିଷ୍ଠ ଯନ୍ତ୍ରୀଙ୍କ ସହ ବନ୍ୟା ପରିଚାଳନା ସମ୍ପର୍କରେ ବିସ୍ତୃତ ଭାବେ ସମୀକ୍ଷା କରିଥିଲେ । ହୀରାକୁଦ ଜଳଭଣ୍ଡାରରୁ ୨୦ଟି ଗେଟ୍ ଖୋଲାଯିବା ସହ ଡ୍ୟାମରୁ ଜଳ ପ୍ରବାହିତ ହେବା  ପରେ ସାମ୍ପ୍ରତିକ ସମ୍ଭାବ୍ୟ ବନ୍ୟା ସ୍ଥିତିର ସେ ସମୀକ୍ଷା କରିଥିଲେ ।  ଗଠିତ ସ୍ୱତନ୍ତ୍ର ବୈଷୟିକ କମିଟିର ପରାମର୍ଶ ଅନୁଯାୟୀ ହୀରାକୁଦ ଜଳଭଣ୍ଡାରର ସ୍ତର ବଜାୟ ରଖିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଆଗକୁ ସମ୍ଭାବ୍ୟ ବର୍ଷା ପରିପ୍ରେକ୍ଷୀରେ ଭାରତୀୟ ପାଣିପାଗ ବିଭାଗର  ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ୍ୟର ସମସ୍ତ ପ୍ରମୁଖ ଓ ମଧ୍ୟମ ଜଳସେଚନ ପ୍ରକଳ୍ପର ଜଳଭଣ୍ଡାର ସ୍ଥିତିର ସମୀକ୍ଷା କରିଥିଲେ । ଏହି ଜଳଭଣ୍ଡାରଗୁଡ଼ିକରୁ ଜଳ ନିଷ୍କାସନ ଉପରେ ତୀଖ୍ନ ନଜର ରଖିବାକୁ ସେ  ନିଦେ୍ର୍ଦଶ ଦେଇଥିଲେ । ବନ୍ୟାଜଳ ଛଡ଼ାଯିବା  ପୂର୍ବରୁ ସମସ୍ତ ଡ୍ୟାମ କର୍ତ୍ତୃପକ୍ଷ ଜିଲ୍ଲା ପ୍ରଶାସନକୁ ଇ-ମେଲ କିମ୍ବା ହ୍ୱାଟସଆପ୍ କିମ୍ବା ଫୋନ୍ ଯୋଗେ ଅବଗତ କରିବା ସହ ଏସଓପି ପାଳନ କରିବା ଓ ବନ୍ୟା ପରିସ୍ଥିତିରେ ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ନିଜ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ସତର୍କ ରହିବାକୁ ମଧ୍ୟ ସେ ନିଦେ୍ର୍ଦଶ ଦେଇଥିଲେ  । 
ସେହିପରି ମଙ୍ଗଳବାର ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ  ବିଭାଗର ବରିଷ୍ଠ ଯନ୍ତ୍ରୀଙ୍କ ସହ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି । ବନ୍ୟା ସମୟରେ ସମସ୍ତଙ୍କୁ ସତର୍କ ରହି କାର୍ଯ୍ୟ ପରିଚାଳନା କରିବାକୁ ନିଦେ୍ର୍ଦଶ ଦେଇଥିଲେ  ।