ବିଇଓଙ୍କ ଆକ୍ରୋଶ ମୂଳକ କାର୍ଯ୍ୟଧାରା : ଆତ୍ମାହୁତି ଚେତାବନୀ ଦେଲେ ଶିକ୍ଷକ
ବଡ଼ସାହି : ବଡ଼ସାହି ବ୍ଲକ ଶିକ୍ଷା ବିଭାଗ ଅଧିନସ୍ଥ ଛେଳିଆ (କ) ଉନ୍ନୀତ ଉଚ୍ଚ ବିଦ୍ୟାଳୟର କାର୍ଯ୍ୟରତ ସହକାରୀ ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ଜେନା ଗତ ୨୦୨୩ ମସିହାରେ ହାଉସ ବିଲ୍ଡିଂ ଋଣ କରିଥିଲେ । ଏହାର ୬୦ ଶତକଡା ସେ ପାଇଥିଲେ । ଅବଶିଷ୍ଟ ୪୦ ଶତକଡା ନିମନ୍ତେ ସେ ପୁନଃ ଆବେଦନ କରିଥିଲେ ଏବଂ ବିଭାଗୀୟ ନିଦେ୍ର୍ଦଶକ ଏହାକୁ ମଞ୍ଜୁର କରିଛନ୍ତି । ମାତ୍ର ବ୍ଲକ ଶିକ୍ଷା ଅଧିକାରୀଣୀ ଆକ୍ରୋଶ ମୂଳକ ଭାବେ ଏବଂ ମନ୍ଦ ଉଦେ୍ଦଶ୍ୟ ରଖି ସଂପୃକ୍ତ ଶିକ୍ଷକଙ୍କ ବିଲ୍ କରି ନାହାନ୍ତି । ଏଥିନେଇ ଶିକ୍ଷକ ଜଣକ ବିଇଓଙ୍କୁ ସାକ୍ଷାତ କରି ଅନୁରୋଧ କରିଥିଲେ ମଧ୍ୟ ସେ ଆଦୌ କର୍ଣ୍ଣପାତ କରୁନାହାନ୍ତି ବୋଲି ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦେଇଥିବା ଦରଖାସ୍ତରେ ଲିଖିତ ଦର୍ଶାଇଛନ୍ତି । ଆସନ୍ତା ୧୭ ତାରିଖ ସୁଦ୍ଧା ଉକ୍ତ ବିଲ ବିଇଓ ନ କଲେ ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ଜେନା ପରିବାର ସହିତ ୧୮ ତାରିଖରେ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ।