ମା’ ଜାଗୁଳାଈଙ୍କଷୋଡଶ ଉପଚାର ପୂଜା

 ନାଉଗାଁ : ନାଉଗାଁ ବ୍ଲକ ସ୍ଥିତ ପ୍ରାଚୀନ ଶକ୍ତି ପୀଠ ମା’ ଜାଗୁଳାଇ ମନ୍ଦିର ତିହୁଡାରେ ପ୍ରତି ବର୍ଷପରି ଏ ବର୍ଷର ଶାରଦୀୟ ପାର୍ବଣ ଓ ମା’ଙ୍କ ଷୋଡଶ ଉପଚାର ପୂଜା  ଆରମ୍ଭ ହୋଇଯାଇଛି  । ଏହି ପାର୍ବଣ ଉତ୍ସବ ମୂଳାଷ୍ଟମୀ  ଠାରୁ ବିଜୟୀ ଦଶମୀ ପର୍ଯ୍ୟନ୍ତ ୧୬ଦିନ ଧରି ଧୁମଧାମରେ ପାଳନ ହେବ । ପ୍ରତିଦିନ ସକାଳୁ ମା’ଙ୍କ ଷୋଡଶ ଉପଚାର ପୂଜା, ଚଣ୍ଡୀ ପାଠ ଓ ହୋମଯଜ୍ଞ ସହିତ ପୂଜାଅର୍ଚ୍ଚନା କରାଯିବ । ସନ୍ଧ୍ୟାବେଳେ ନବାହନ ପରାୟଣ ପ୍ରବଚନ ଆୟୋଜିତ ହେବ । ଏହି ପ୍ରବଚନକୁ ଅନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ଧର୍ମ ସଂସ୍କୃତି ପ୍ରଚାରକ ବାବା ସତ୍ୟାନନ୍ଦ ଦାସ ନିତ୍ୟ ନିର୍ବାହ କରିବେ । ଓଡ଼ିଶାରେ ବହୁ ବିଶିଷ୍ଟ ସନ୍ଥ ଓ ପ୍ରବଚକମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ-ସଙ୍ଗୀତ ଓ ପାଲା, ଦଶକାଠିଆ ଭକ୍ତିମୟ ଅନୁଷ୍ଠାନ ଆୟୋଜିତ ହେବ । ସ୍ଥାନୀୟ ଯୁବ ସମାଜ ସାଂସ୍କୃତିକ ସଂଗଠନ ଓ ଭକ୍ତମାନଙ୍କ ସହଭାଗୀତାରେ ଏହାକୁ ବିଶେଷ ଆକର୍ଷଣୀୟ କରାଯାଇଛି । ଭକ୍ତମାନଙ୍କ ପାଇଁ ନିତ୍ୟ ପ୍ରସାଦ ସେବନ, ପାଣି ବସିବାର ସୁବିଧା ବ୍ୟବସ୍ଥା ରଖାଯାଇଛି । ପ୍ରତି ଦିନ ମାଙ୍କ ବିଭିନ୍ନ ବେଶରେ ପୂଜା ଅର୍ଚ୍ଚନା କରାଯାଏ । ଅଶ୍ୱିନୀ ମାସ ମୂଳାଷ୍ଟମୀ ତିଥି ଠାରୁ ବିଜୟୀ ଦଶମୀ ପର୍ଯ୍ୟନ୍ତ ମାଙ୍କ ଶୋଡଶ ଉପଚାର ଓ ଚଣ୍ଡୀ ପୂଜା ଅନୁଷ୍ଠିତ ହୁଏ । ପ୍ରତ୍ୟହ ବିଭିନ୍ନ ସେବାୟତ ଏବଂ ପାଳିଆମାନଙ୍କ ଦ୍ୱାରା ବିଭିନ୍ନ ସେବା ଖଞ୍ଜା ଯାଇଥାଏ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳର ବହୁ ସଂଖ୍ୟରେ ଭକ୍ତ ଶ୍ରଦ୍ଧାଳୁମାନେ ଯୋଗ ଦେଇଥାନ୍ତି ।