ବିଇଓଙ୍କୁ ସମ୍ବର୍ଦ୍ଧନା
ନିଶ୍ଚିନ୍ତକୋଇଲି: ନୂତନ ପେନ୍ସନଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ନିଶ୍ଚିନ୍ତକୋଇଳି ମଣ୍ଡଳ ପକ୍ଷରୁ ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷାଧିକାରିଣୀ ଲକ୍ଷେହୀରା ଲାବଣ୍ୟବତୀ ବେହେରାଙ୍କୁ ଭେଟି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯିବା ସହ ନୂତନ ବର୍ଷର ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରାଯାଇଥିଲା । ସଂଘ ସଭାପତି ନାରାୟଣ ଚାନ୍ଦଙ୍କ ତତ୍ତ୍ୱାବଧାନାରେ ଉକ୍ତ ସମ୍ବର୍ଦ୍ଧନା ପ୍ରଦାନ କାର୍ଯ୍ୟକ୍ରମରେ ସଂଘର ଉପଦେଷ୍ଟା ପୂର୍ବତନ ମଣ୍ଡଳ ଶିକ୍ଷାଧିକାରୀ ଲକ୍ଷ୍ମଣ ଲେଙ୍କା, ସୀତାକାନ୍ତ ସାମଲ, ଧନେଶ୍ୱର ଜେନା, ସୟଦ୍ ଅକ୍ତାର ହୁସେନ, କୈଳାସ ସେଠୀ, ସୁବାଷ କୁମାର ରାଉତ, ରାବେୟା ସରୱାର, ପ୍ରଭାକର ସ୍ୱାଇଁ, ଅକ୍ଷୟ ପଟ୍ଟନାୟକ, ମୀନତୀ ନାୟକ, ସୁନାକର ଭୋଇ, ଦୁର୍ଯେ୍ୟାଧନ ବେହେରା, ଧରଣୀଧର ପରିଡା, ସୁଶାନ୍ତ ନାୟକ, ପ୍ରଭାତୀ ବେହେରା, ସୁନୀତା ବେହେରା, ସ୍ନେହଲତା ଦାସ, ସେକ୍ ଦିୱାନ, ବିଚିତ୍ରାନନ୍ଦ ବେହେରା, ଅକ୍ଷୟ ପଟ୍ଟନାୟକ, ଜ୍ଞାନେନ୍ଦ୍ର ଭୂଷଣ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ନିଶ୍ଚିନ୍ତକୋଇଲି ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରିଣୀ ପାର୍ବତୀ ନନ୍ଦଙ୍କୁ ମଧ୍ୟ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘ ପକ୍ଷରୁ ମଣ୍ଡଳ ଶିକ୍ଷାଧିକାରିଣୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନରେ ଥିବା ବିଦ୍ୟାଳୟ ଗୁଡିକର ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଉପସ୍ଥିତ ସଂଘର ସମସ୍ତ କାର୍ଯ୍ୟକର୍ତ୍ତାମାନେ ଆଲୋଚନା କରିଥିଲେ ।