ବିଦୁ୍ୟତ୍ ଆଘାତରେ ଯୁବକଙ୍କ ମୃତୁ୍ୟ

 ତିହିଡି: ଭଦ୍ରକ ତିହିଡ଼ି ବ୍ଲକ ଅଧୀନ ଗୋବିନ୍ଦପୁର ପଞ୍ଚାୟତ କଉଯୋଡ଼ି ଗ୍ରାମର ମଂଗରାଜ ମାଝି (୩୫) ନାମକ ଜନୈକ ଯୁବକଙ୍କର ଶୁକ୍ରବାର ଅପରାହ୍ନରେ ବିଦୁ୍ୟତ ଆଘାତରେ ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ଆଘାତ ହେବାପରେ ତାଙ୍କୁ ତୁରନ୍ତ ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ତାଙ୍କ ଘର ସମ୍ମୁଖରେ ଥିବା ବିଦୁ୍ୟତ ଖୁଣ୍ଟରେ ଜୀବନ୍ତ ତାର ଛିଡ଼ି ଲାଗି ରହିଥିଲା । ସେ କୌଣସି କାରଣରୁ ସଂପୃକ୍ତ ଖୁଣ୍ଟ ସଂସ୍ପର୍ଶରେ ଆସିଯିବାରୁ ବିଦୁ୍ୟତ ଆଘାତ ପାଇଥିଲେ । ସେ ତାମିଲନାଡ଼ୁରେ ଠିକାଦାର କାର୍ଯ୍ୟ କରନ୍ତି ଓ ତାଙ୍କ ଉଦ୍ୟମରେ ସ୍ଥାନୀୟ ଅଞ୍ଚଳରୁ ବହୁ ଯୁବକଙ୍କୁ ସେ କର୍ମ ନିଯୁକ୍ତି ଦେଇ ପାରିଥିଲେ । ତାଙ୍କର ପତ୍ନୀ ଅଛନ୍ତି । ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ ପାଇଛି ।