ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରସ୍ତୁତି

 ଢେଙ୍କାନାଳ : ଆଗାମୀ ଦିନରେ ବର୍ଷା ଓ ବାତ୍ୟାକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟର ପରିଚାଳନା ନିମନ୍ତେ ଜିଲ୍ଲା କାର୍ଯ୍ୟାଳୟ ଓସୱାନ ଭିଡ଼ିଓ କନଫେରେନ୍ ହଲରେ ଅତିରିକ୍ତ ଜିଲ୍ଲାପାଳ ଲଳିତ ମୋହନ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେକୌଣସି ସମୟରେ ବର୍ଷା ହେବାର ସମ୍ଭାବନା ରହିଥିବାରୁ ସମସ୍ତ ବ୍ଲକରେ ଥିବା ବହୁମୂଖୀ ଆଶ୍ରୟ ସ୍ଥଳୀଗୁଡିକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରି ପ୍ରସ୍ତୁତ ରଖିବାକୁ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ବିଡିଓ ଏବଂ ତହସିଲଦାରଙ୍କୁ ନିଦେ୍ର୍ଦଶ ଦେଇଥିଲେ । ପ୍ରସ୍ତୁତି ସମ୍ପର୍କରେ ସେ ସମସ୍ତ ବିଡିଓ, ତହସିଲଦାର ଓ ସରପଞ୍ଚମାନଙ୍କ ସହିତ ଆଲୋଚନା କରିଥିଲେ । ବଜ୍ରାଘାତ, ସାପ କାମୁଡା, ପାଣିବୁଡି ଆଦିରେ ମୁତୁ୍ୟବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ତୁରନ୍ତ ପୋଷ୍ଟମର୍ଟମ ରିପୋର୍ଟ ପ୍ରଦାନ ସହିତ ସଂପୃକ୍ତ ପରିବାରଙ୍କୁ ଆର୍ଥିକ ସହାୟତା ରାଶି ଯୋଗାଇ ଦେବା ଉପରେ ମେଡିକାଲ ଅଫିସର, ବିଡିଓ ଏବଂ ତହସିଲଦାରମାନେ ଗୁରୁତ୍ୱ ଦେବାକୁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)  ରମେଶ ଚନ୍ଦ୍ର ସେଠି ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ଆପାତକାଳୀନ ଅଧିକାରୀ  ସୁଦିପ୍ତ ସାହୁ ବର୍ଷାକୁ ଦୃଷ୍ଟିରେ ରଖି ପୂର୍ବ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ । ଏହି ପରିପ୍ରେକ୍ଷୀରେ ଆସନ୍ତା ୧୮ତାରିଖ ଦିନ ଜିଲ୍ଲା, ବ୍ଲକସ୍ତରରେ ମକ୍ଡ୍ରିଲ କରାଯାଇ ଉଦ୍ଧାର କାର୍ଯ୍ୟକ୍ରମ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରାଯିବ । ସେହିପରି ୧୯ ତାରିଖ ଦିନ ସମସ୍ତ ବ୍ଲକରେ  ଥିବା ବହୁମୁଖି ଆଶ୍ରୟ ସ୍ଥଳ ଠାରେ ମଧ୍ୟ ମକ୍ ଡ୍ରିଲ ଅଉ୍ୟାସ କରାଯିବ । ଡମି ସେମେଜ୍ ମାଧ୍ୟମରେ ଜିଲ୍ଲାରୁ ତଳସ୍ତର ପର୍ଯ୍ୟନ୍ତ କିଭଳି ଭାବରେ ଖବର ପହଞ୍ଚାଯିବା ସହିତ ସତର୍କତା ଅବଲମ୍ବନ କରିବେ ସେ ସଂପର୍କରେ ପ୍ରଦର୍ଶନ କରାଯିବ । ସ୍ୱାସ୍ଥ୍ୟ, ପୁଲିସ, ଅଗ୍ନିଶମ, ପରିବହନ ବିଭାଗ ଅଧିକ ସଜାଗ ରହିବେ । ସଂପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀ ସମନ୍ୱୟ ରକ୍ଷାକରି ଶିଶୁ, ଗର୍ଭବତୀ ମହିଳା ଓ ରୋଗୀ ଏବଂ ବୃଦ୍ଧବୃଦ୍ଧାଙ୍କ ସୁରକ୍ଷାା ପ୍ରତି ଅଧିକ ଧ୍ୟାନଦେବାକୁ ସ୍ୱେଚ୍ଛସେବୀ, ଓଡ୍ରାଭର କର୍ମକର୍ତ୍ତା, ଅଗ୍ନିଶମ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।