ମଦ ଜବତ; ୩କୋର୍ଟ ଚାଲାଣ

ସୁକିନ୍ଦା : ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଦେଶୀ ଚୋରା ମଦ ଜବତ କରିବା ସହ ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ସୁକିନ୍ଦା ଥାନା ଅନ୍ତର୍ଗତ  ଆରାସାହିର ପୁରସ୍ତମ ମହାନ୍ତଙ୍କ ପୁଅ ନିର୍ମଳ (୪୮), ସୁକିନ୍ଦା ପୁରୁଣାପାଣି ଗ୍ରାମର ବିରଂଚି ମୁଣ୍ଡାଙ୍କ ସ୍ତ୍ରୀ ମାନସୀ (୩୫), ରଘୁନାଥ ଚାମ୍ପିଆଙ୍କ ସ୍ତ୍ରୀ ଗାଙ୍ଗୀ (୩୫) ଦେଶୀ ଚୋରା ମଦ କାରବାର କରୁଥିବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ସେମାନଙ୍କୁ ଗିରଫ କରି ତିନୋଟି ପୃଥକ୍ ମାମଲାରେ କୋର୍ଟ ଚାଲାଣ କରାଯାଇଛି ।