ବିଜୁ ମେଧା ସମ୍ମାନ ସମାରୋହ
ନିଆଳି : ନିଆଳି ବ୍ଲକ ବିଜେଡି ପକ୍ଷରୁ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ପରୀକ୍ଷାର ଏ ୧ ବୃତ୍ତି ଶିକ୍ଷାର୍ଥୀଙ୍କ ବିଜୁ ମେଧା ସମ୍ମାନ ସମାରୋହ -୨୦୨୫ ନିଆଳିସ୍ଥ ସାହୁ ପ୍ୟାଲେସ୍ରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଜେଡି ସଂଗଠକ ପ୍ରଦୀପ ଦାସଙ୍କ ସଭାପତିତ୍ୱର ଅନୁଷ୍ଠିତ ସମାରୋହ ସଭାରେ ମୁଖ୍ୟ ଅତିଥିଭାବେ ପୂର୍ବତନ ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ, ସମ୍ମାନିତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ବେହେରା, ସଭାପତି ଅତୁଲ୍ୟ କୁମାର ଜେନା, କାର୍ଯ୍ୟକାରୀ ସଭାପତି ଅନ୍ତର୍ଯ୍ୟାମୀ ବଡୁ, ଜିଲ୍ଲା ପରିଷଦ ସଭ୍ୟା ସୌଦାମିନୀ ମହାପାତ୍ର, ପ୍ରଭାକର ରାଉତ, ଆତ୍ମା ଅଧକ୍ଷ ବିଷ୍ଣୁ ଚରଣ ସ୍ୱାଇଁ, ସେକ ହୁ୍ୟମାନ, ଦୀପ୍ତି ପ୍ରତିହାରୀ, ଅଭିମନୁ୍ୟ ମଲ୍ଲିକ ପ୍ରମୁଖ ଯୋଗ ଦେଇ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି, ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ନିଆଳି ବ୍ଲକ ମାଧ୍ୟମିକ ଦଶମ ବୋର୍ଡ ପରୀକ୍ଷାରେ ଏ ୧ହୋଇଥିବା ଛାତ୍ରଛାତ୍ରୀ ରୁଦ୍ର ପ୍ରସାଦ ପ୍ରଧାନ (୫୫୦), ପ୍ରୟାସ ରାଉତ (୫୪୧), ଅମ୍ରିତା ବିହାରୀ (୫୪୩), ଆଦ୍ୟାଶା ପ୍ରିୟ ଦର୍ଶିନୀ ସ୍ୱାଇଁ (୫୪୦), ଓମ ପ୍ରକାଶ ରାଉତ ( ୫୪୩), ରୁଦ୍ର ପ୍ରସାଦ ଦାସ (୫୪୦) ଓ ମଧୁସ୍ମିତା ମହାନ୍ତି (୫୩୯)ଦିବ୍ୟାଞ୍ଜଳି ରଗଡ଼ (୫୩୫)ଶୁଭଶ୍ରୀ ସ୍ୱାଇଁ (୫୩୫) ଅମ୍ରିତା ସାହୁ (୫୨୯) ରୀତିକା ପ୍ରିୟ ଦର୍ଶିନୀ ସ୍ୱାଇଁ (୫୨୯)ଙ୍କ ସହିତ ସିବିଏସଇ ବୋର୍ଡ ପରୀକ୍ଷାରେ ଏ ବି ଅକ୍ସଫୋର୍ଡ ଇଣ୍ଟର ନ୍ୟାସନାଲ ସ୍କୁଲ ନିଆଳିର ଅଂଚିତା ସିଂହ (୯୦%) ଏବଂ ଉଚ୍ଚ ମାଧ୍ୟମିକ ପରୀକ୍ଷା କଳାରେ ନିଆଳି ବ୍ଲକ ଟପ୍ପର ହୋଇଥିବା ଛାତ୍ରୀ ଶୁଭଲିପ୍ଶା ରାଉତ (୫୧୯), ଗୁଗୁଲି ସାହୁ (୫୧୮), ଅଫିଫା ତାରାନୁମ (୫୧୫), ସ୍ତବ ପ୍ରିୟା ଷଢଙ୍ଗୀ (୪୭୧), ବିଶ୍ୱସ୍ୱରୂପା ଶତପଥୀ (୩୮୧), ପାୟଲ ଜେନା (୪୭୩), ଅମରେନ୍ଦ୍ର ଗୁରୁ (୪୭୩) ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭାରେ ଏକବେରୁଆଁ ସରପଞ୍ଚ ପ୍ରଶାନ୍ତ କୁମାର ସ୍ୱାଇଁ, କସରଦା ସରପଞ୍ଚ ସୁରେଶ ପଟ୍ଟନାୟକ, ରାଣୀଓଳା ସରପଞ୍ଚ ତ୍ରିନାଥ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।