ବିଜେଡି ବ୍ଲକ ସଭାପତି ଚୟନ; ବିନୋଦ ଖୋସଲା ବିଜେଡି ବ୍ଲକ୍ ସଭାପତି
କୋରାପୁଟ : କୋରାପୁଟ ଜିଲାରେ ରହିଥିବା ଦଶମନ୍ତପୁର ବ୍ଲକର ବିଜେଡ଼ି ସଭାପତିଙ୍କୁ ୧୦ ବର୍ଷରୁ ଉର୍ଦ୍ଧ୍ୱ ହୋଇ ଥିବା ଯୋଗୁଁ ୧୬ ଗୋଟି ପଞ୍ଚାୟତର ପଞ୍ଚାୟତ ସଭାପତି, ସରପଞ୍ଚ, ସମିତି ସଭ୍ୟ, ଓଆର୍ଡ ମେମ୍ବର, ବିଜୁ ଜନତା ଦଳର ବରିଷ୍ଠ ନେତୃତ୍ୱ ମଣ୍ଡଳୀ ଏବଂ ଶତାଧିକ କର୍ମୀଙ୍କ ସମର୍ଥନକୁ ନେଇ ଡିଆର୍ଡିରେ ଲିଖିତ ଆକାର ଦେବା ସହ ବୈଠକରେ ଜୋରଦାର ନୂତନ ସଭାପତି ଭାବେ ବିନୋଦ ଖୋସଲାଙ୍କୁ ଶତାଧିକ କର୍ମୀଙ୍କ ସମର୍ଥନ କରିଥିବାର ଦେଖିବାକୁ ମିଳିଛି । ଏବିଷୟରେ ଲାଗାତାର ଗୋଟିଏ ପରେ ଗୋଟିଏ ତର୍କ ବିତର୍କ ଚାଲିଛି । ତାହା ସହ ଆଗାମୀ ଦିନମାନଙ୍କରେ ବିନୋଦ ଖୋସଲାଙ୍କୁ ଯଦି ବିଜେଡିର ଦଶମନ୍ତପୁର ବ୍ଲକ ସଭାପତି ଭାବେ କରାନଯାଏ ତେବେ ଏହି ଦଳର ସମସ୍ତ କର୍ମୀ ଦଳ ଛାଡି ଦେବୁ ବୋଲି ମିଡ଼ିଆ ଆଗରେ ପ୍ରକାଶ କରିଛନ୍ତି ।
ଦେଖାଯାଉ ଆଗାମୀ ଦିନମାନଙ୍କରେ ଦଳ ନୂତନ ସଭାପତି ଭାବେ କାହାକୁ ମନୋନୀତ କରିବେ ତାହାକୁ ନେଇ ଏବେ ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହେବା ସହ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପକ୍ଷରେ ବିନୋଦ ଖୋସଲାଙ୍କୁ ଦଶମନ୍ତପୁର ବ୍ଲକ ସଭାପତି ଭାବେ ନିର୍ବାଚିତ କରିବାକୁ ଶତାଧିକ କର୍ମୀ ସମର୍ଥନ କରିଛନ୍ତି । ତାହା ସହ ଏବାବଦରେ ଆମେ କୋରାପୁଟ ଜିଲ୍ଲା ସଭାପତିଙ୍କୁ ଫୋନ୍ ମାଧ୍ୟମରେ ପଚାରି ବାକୁ ଚେଷ୍ଟା କରିଥିଲୁ କିନ୍ତୁ ତାହା ସମ୍ଭବ ହୋଇପାରି ନଥିବା ଦେଖିବାକୁ ମିଳିଥିଲା ।