ଶପଥ ନେଲେ ସିଜେଆଇ ଗଭାଇ


 ନୂଆଦିଲ୍ଲୀ:  ଦେଶର ୫୨ତମ ମୁଖ୍ୟ ବିଚାରପତି (ସିଜେଆଇ) ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗଭାଇ । ଆଜି ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି  । ତେବେ ଜଷ୍ଟିସ୍ ଗଭାଇଙ୍କ କାର୍ଯ୍ୟକାଳ ଆସନ୍ତା ନଭେମ୍ବର ୨୩ ପର୍ଯ୍ୟନ୍ତ ଥିବା ବେଳେ ସେ ପୂର୍ବତନ ସିଜେଆଇ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ସ୍ଥାନ ଗ୍ରହଣ କରିଛନ୍ତି  । ଶପଥ ନେବା ପରେ ସିଜେଆଇ ଗଭାଇ ତାଙ୍କ ମା’ କମଳାତାଇ ଗଭାଇଙ୍କଠାରୁ ଆଶୀର୍ବାଦ ନେଇଥିଲେ  ।