ବିଜେଡିରୁ ଇସ୍ତଫା ଦେଲେ ୩ ଜଣ ବରିଷ୍ଟ ନେତା

 ନାଉଗାଁ : ନାଉଗାଁ ବ୍ଲକର ତିନି ଟାଣୁଆ ନେତା ପ୍ରଦୀପ୍ତ ସ୍ୱାଇଁ, ଅଜୟ ମହାନ୍ତି ଓ ଜଗନ୍ନାଥ ଦାସ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଆଜି ଇସ୍ତଫା ଦେଇଛନ୍ତି  । ଇସ୍ତଫା ପତ୍ର ଦଳର ସଭାପତିଙ୍କୁ ପଠାଇ ଦେଇଛନ୍ତି  । ବିଜେଡି ଶୀର୍ଷ ନେତୃତ୍ୱ ସେମାନଙ୍କୁ ଅଣଦେଖା ଓ ଉପେକ୍ଷା କରୁଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି  । ଗତ ବିଜେଡିର ପ୍ରତିଷ୍ଠା ଦିବସରେ ମଧ୍ୟ ସେମାନଙ୍କୁ ଡକାଗଲା ନାହିଁ  । ଦଳ ପାଇଁ ସେମାନେ ଅଲୋଡା ହେବାରୁ ଦଳ ତାଙ୍କ ପ୍ରତି ଅବିଚାର କରାଯାଇଥିବା ନେଇ ସେମାନେ ଦଳ ଛାଡୁଥିବାର କହିଛନ୍ତି  । ସୂଚନା ଥାଉ କି ପୂର୍ବରୁ ପ୍ରଦୀପ୍ତ ସ୍ୱାଇଁ ଦଳର ବରିଷ୍ଠ ଜିଲ୍ଲା ଉପ ସଭାପତି ଅଜୟ ମହାନ୍ତି ସାଂସଦଙ୍କ ପ୍ରତିନିଧି ଓ ଜଗନ୍ନାଥ ଦାସ ନାଉଗାଁ ବ୍ଲକ ଅଧ୍ୟକ୍ଷ ଭାବେ କରିଛନ୍ତି  ।