ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳିତ
ନୂଆପଡା: ନୂଆପଡ଼ା ଜିଲ୍ଲା ଖଡିଆଳ ଥାନା ଛକ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜୟ ଦିବସ ପାଳିତ ହୋଇଯାଇଛି ।ଦିଲ୍ଲୀ ବିଧାନସଭାରେ ପୂର୍ଣ୍ଣ ବିଜୟ ନେଇ ଭାରତୀୟ ଜନତା ପାର୍ଟିର ଦଳୀୟ କର୍ମୀ ମହଲରେ ଖୁସି ଲହରୀ ଖେଳିଯାଇଛି । ବିଜେପି ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ଅଜିତ୍ କିଶୋର ଚଲାନଙ୍କ ନେତୃତ୍ୱରେ ବିଜୟ ଦିବସ ପାଳିତ ହୋଇଥିଲା । ଏହି ଉପଲକ୍ଷେ ମିଠା ବଣ୍ଟନ କରିଥିବାବେଳେ ଆତଶବାଜି କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଖଡିଆଳ ମଣ୍ଡଲ ସଭାପତି ଜୟରାମ, ଇନ୍ଦ୍ରାଦି ମଣ୍ଡଲ ସଭାପତି ଯୁଧିଷ୍ଠିର ହଂସ, ମନୋଜ ପଟ୍ଟନାୟକ, ନନ୍ଦ ଲାଲ ପାଣ୍ଡେ, ସୁରେନ୍ ଶର୍ମା, ଲକ୍ଷ୍ମଣ ଦୂରିଆ, ଜନକ, ବିକାଶ ଶୁକ୍ଳାଙ୍କ ସମେତ ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ ।