ଠାକୁର ହେଲେ ବଡ଼ ମହାସ୍ନାନ
ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ପୂଜା ଶେଷ ହେବା ପରେ ରକ୍ତଛିଟା ପଡ଼ିବାରୁ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ କରାଯାଇଛି । ଅବକାଶ ପୂଜା ପରେ ପାଣ୍ଡିଆ ଆପଟ ସେବକ ପାଣି ବୋହିନେବା ସମୟରେ ଆହତ ହୋଇ ରକ୍ତ ଛିଟା ପଡ଼ିବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇଥିଲା । ବଡ଼ମହାସ୍ନାନ ପରେ ମଇଲମ ହୋଇ ଚୂନପାଣି ପଡ଼ିଥିଲା । ସିଂହାସନ ଧୂଆଯାଇ ମହାସ୍ନାନ ପୂଜା ହୋଇଥିଲା । ସୂଚନାଯୋଗ୍ୟ ଯେ ଅବକାଶ ପୂଜା ସରିବା ପରେ ପାଣିଆ ଆପଟ ସେବକ ପାଣି ଆଣି ସିଂହାସନ ସମ୍ମୁଖ ଭାଗ ଧୋଇବା ବିଧି ରହିଛି । ତଦନୁଯାୟୀ ଅବକାଶ ପରେ ପାଣିଆ ଆପଟ ସେବକ କୃଷ୍ଣଚନ୍ଦ୍ର ଆପଟ ପିତ୍ତଳ ଗରାରେ ପାଣି ବୋହି ଆଣୁଥିବା ବେଳେ ପାଣି ଘର ପାଖରେ ଗୋଡ଼ ଖସିଯିବାରୁ ସେ ତଳେ ପଡ଼ିଯାଇଥିଲେ । ପାଣି ଗରାର ବନ୍ଧ ତାଙ୍କ ହାତରେ ପଶିଯିବାରୁ ହାତ କଟି ରକ୍ତ ଛିଟା ପଡ଼ିଥିଲା । ତେଣୁ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ କରାଯାଇଥିଲା । ଆହତ କୃଷ୍ଣଚନ୍ଦ୍ର ଆପଟଙ୍କୁ ଆପୋଲୋ ହସ୍ପିଟାଲକୁ ଚିକିସôା ନିମନ୍ତେ ସ୍ଥାନାନ୍ତର କରାଯାଇଛି ।