ଚଳିତ ବର୍ଷ ୧୫୦୫ ପିଲା ଦେବେ ମ୍ୟାଟି୍ରକ ପରୀକ୍ଷା
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକର ୯ଟି ପରୀକ୍ଷା କେନ୍ଦ୍ରରେ ୧୫୦୫ ଛାତ୍ରଛାତ୍ରୀ ଚଳିତ ବର୍ଷ ମ୍ୟାଟି୍ରକ ପରୀକ୍ଷା ଦେବେ । ସେଥିମଧ୍ୟରୁ ଭଣ୍ଡାରିପୋଖରୀ ନୋଡାଲ ହାଇସ୍କୁଲ କେନ୍ଦ୍ରରେ ୧୭୩ ଜଣ ପରୀକ୍ଷାର୍ଥୀ, ରହଣିଆ ହାଇସ୍କୁଲ କେନ୍ଦ୍ରରେ ୧୭୬ ଜଣ ପରୀକ୍ଷାର୍ଥୀ, ନପଙ୍ଗ ଚଣ୍ଡିମାତା ହାଇସ୍କୁଲ କେନ୍ଦ୍ରରେ ୧୫୨ ଜଣ ପରୀକ୍ଷାର୍ଥୀ, ବାରିକପୁର ନୋଡାଲ ହାଇସ୍କୁଲ କେନ୍ଦ୍ରରେ ୨୧୬ ଜଣ ପରୀକ୍ଷାର୍ଥୀ, ସରସଦା ହାଇସ୍କୁଲ କେନ୍ଦ୍ରରେ ୨୧୨ ଜଣ ପରୀକ୍ଷାର୍ଥୀ, ବାଲିପୋଖରୀ ଶୁକଦେବଜେନା ହାଇସ୍କୁଲ କେନ୍ଦ୍ରରେ ୧୫୪ ଜଣ ପରୀକ୍ଷାର୍ଥୀ, ଯଶୋଟିକିରି ସୁବର୍ଣ୍ଣମୁଖି ନୋଡାଲ ହାଇସ୍କୁଲ କେନ୍ଦ୍ରରେ ୧୫୮ ଜଣ ଓ ମଧ୍ୟମା ୩୪ ଜଣ ପରୀକ୍ଷାର୍ଥୀ, ବିଶୋଳ-କୁଲଣା ମୈତ୍ରୀ ହାଇସ୍କୁଲ କେନ୍ଦ୍ରରେ ୧୧୪ ଜଣ ପରୀକ୍ଷାର୍ଥୀ ଓ ମଞ୍ଜୁରୀରୋଡ ଗିରିଧାରୀ ପଣ୍ଡା ହାଇସ୍କୁଲ କେନ୍ଦ୍ରରେ ୧୧୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ଜଣାଯାଇଛି । ଏହି ପରୀକ୍ଷା ପାଇଁ ଭଣ୍ଡାରିପୋଖରୀ ନୋଡାଲ ହାଇସ୍କୁଲକୁ ନୋଡାଲ କେନ୍ଦ୍ର ଭାବେ ପ୍ରସ୍ତୁତ କରାଯାଇ କଡା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗ ରୁମରେ ପ୍ରଶ୍ନପତ୍ର ମହଜୁଦ ରଖାଯିବା, ବ୍ଲକର ସମସ୍ତ ୯ଟି ପରୀକ୍ଷାକେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବା ଓ ଉତ୍ତରଖାତା ଅଣାଯିବାକୁ ବ୍ୟବସ୍ଥା ହୋଇଛି । ଏଥି ପାଇଁ ୨ଟି ଭ୍ରାମ୍ୟମାଣ ଦଳ ଗଠନ କରାଯାଇଛି ବୋଲି ନୋଡାଲ କେନ୍ଦ୍ର ଅଧିକ୍ଷକ ତଥା ଭଣ୍ଡାରିପୋଖରୀ ନୋଡାଲ ହାଇସ୍କୁଲ ପ୍ରଧାନଶିକ୍ଷକ ରତିକାନ୍ତ ବେହେରା ସୂଚନା ଦେଇଛନ୍ତି ।