ବିଞ୍ଝାରପୁର ସାମ୍ବାଦିକ ୟୁନିଅନ୍ର ବାର୍ଷିକୋତ୍ସବ

 ସିଂହପୁର : ବିଞ୍ଝାରପୁର ବ୍ଲକ ବରୁଣେଶ୍ୱର କଲ୍ୟାଣ ମଣ୍ଡପରେ ବିଞ୍ଝାରପୁର ସାମ୍ବାଦିକ ୟୁନିଅନ୍ର ଏକାଦଶତମ ବାର୍ଷିକୋତ୍ସବ ଓ ଓଡିÿଶା ସାମ୍ବାଦିକ ୟୁନିଅନର ପ୍ରାନ୍ତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି ।  ଏଥିରେ ୮ ଜିଲ୍ଲାର ସାମ୍ବାଦିକ ଯୋଗ ଦେଇଥିଲେ । ମୁଖ୍ୟଅତିଥି ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଉତ୍ସବଟିକୁ ଉଦଘାଟନ କରିବା ସହିତ ଉଦ୍ବୋଧନରେ କହିଲେ ଯେ, ଗ୍ରାମାଞ୍ଚଳର ସାମ୍ବାଦିକ ମାଲିକଙ୍କ ଦ୍ୱାରା ଚାପଗ୍ରସ୍ତ ହୋଇ ପଡିଛନ୍ତି । ତେବେ ସାମ୍ବାଦିକମାନେ ସମାଲୋଚନା କରିବା ସହିତ ଉନ୍ନୟନ ମୂଳକ ପ୍ରସ୍ତାବ ଆଗତ କରିବା ଉଚିତ । ଓଡ଼ିଶା ସାମ୍ବାଦିକ ୟୁନିଅନର ସଭାପତି ପ୍ରସନ୍ନ କୁମାର ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଲେ ଯେ ରାଜନୀତିରେ  ସମ୍ପ୍ରତି  ସଂକୀର୍ଣ୍ଣତା ବୃଦ୍ଧି ପାଉଥିବାରୁ  ନିରପେକ୍ଷତା ସବୁ କ୍ଷେତ୍ରରୁ ଦୂରେଇ ଯାଉଛି । ଗଣମାଧ୍ୟମ ଜଗତରେ ଏବେ ଏକ ବିପର୍ଯ୍ୟସ୍ତ ଅବସ୍ଥା ସୃଷ୍ଟି ହୋଇଛି । ସ୍ୱାଧିନ ଅଭିବ୍ୟକ୍ତିର ସ୍ୱରକୁ ଚାପି ଦିଆଯାଉଛି । ସାମ୍ବାଦିକଙ୍କୁ ସୁରକ୍ଷା ମିଳିପାରୁ ନଥିବା ବେଳେ, ଜାତୀୟ ପ୍ରେସ୍ କାଉନସିଲ ସାମ୍ବାଦିକଙ୍କ  ସୁରକ୍ଷା ପାଇଁ କିଛି କରିପାରୁ ନାହାନ୍ତି । ସାମାଜିକ ଗଣମାଧ୍ୟମ ଏବେ ସମସ୍ତଙ୍କୁ ଅତିକ୍ରମ କରି ସଠିକ ବାଟରେ ନଯାଇ ଯେପରି ଆଗେଇଛି ତାହା ଭବିଷ୍ୟତ ପାଇଁ ବିପଦ ସୃଷ୍ଟି କରିବାକୁ ଯାଉଛି ବୋଲି ଶ୍ରୀ ମହାନ୍ତି ସୂଚାଇ ଦେଇଥିଲେ । ସମ୍ମାନୀତଅତିଥି ବିଞ୍ଝାରପୁର ପ୍ରେସକ୍ଲବ୍ ଉପଦେଷ୍ଟା ହରେକୃଷ୍ଣ ପଣ୍ଡା ଆଲୋଚନାରେ ଅଂଶ ଗ୍ରହଣ କରି ସାମ୍ବାଦିକଙ୍କୁ ସୁରକ୍ଷା ଦେଇ ପାରୁ ନଥିବା ବେଳେ, ଗ୍ରାମାଞ୍ଚଳର ସାମ୍ବାଦିକ ସତ୍ୟ ସମ୍ବାଦ ପରିବେଷଣରେ ଚାପର ସମ୍ମୁଖିନ ହେଉଛନ୍ତି । ଏଣେ ଗଣତନ୍ତ୍ରର ସୁରକ୍ଷା ଓ ସାଧାରଣ  ପାଠକଙ୍କୁ ସନ୍ତୁଷ୍ଟ କରିବାରେ ପ୍ରେସ କାଉନସିଲର ଭୂମିକା ସେ ନିଜେ ନିର୍ଣ୍ଣୟ କରିବା ଆବଶ୍ୟକ । ଗଣମାଧ୍ୟମରେ ସୃଷ୍ଟି ହୋଇଥିବା ବିପର୍ଯ୍ୟସ୍ତ ଅବସ୍ଥାର ନିରାକରଣ ଦିଗରେ କାଉନସିଲ ଗଣତନ୍ତ୍ର ଓ ସାଧାରଣ ପାଠକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରୁ ଓୟୁଜେର ଉପସଭାପତି ରାଜୀବ ମହାନ୍ତି, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଅଭୟ ପତି, ଓୟୁଜେର ଜିଲ୍ଲା ସଭାପତି ଅରୁଣ ରାଉତରାୟ, ଜିଲ୍ଲା ସାଧାରଣ ସମ୍ପାଦକ ଚନ୍ଦ୍ର ଶେଖର ସାହୁ, ସମାଜସେବୀ ସୁରେନ୍ଦ୍ର ମହାଳିକ, ବ୍ଲକ୍ ଅଧ୍ୟକ୍ଷା ରଞ୍ଜିତା ଦାସ, ଉପାଧ୍ୟକ୍ଷ ସେକ୍ ଇରସାଦ, ଥାନା ଅଧିକାରୀ ବାମଦେବ ନନ୍ଦ, ବିଡିଓ ହିତାଂଶୁ ସେଖର ସାମଲ, ତହସିଦାର ସୁଧାଂଶୁ ସାହୁ ପ୍ରମୁଖ ଅଭିଭାଷଣ ରଖିଥିଲେ । ଉପଦେଷ୍ଟା ଡ. ରବୀନ୍ଦ୍ର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ବିଞ୍ଝାରପୁର ସାମ୍ବାଦିକ ୟୁନିଅନର ସଭାପତି  ଦେବ ପ୍ରସାଦ ସାହୁ ପ୍ରାରମ୍ଭିକ ସୂଚନା ଦେଇଥିଲେ । ସମ୍ପାଦକ ସେକ୍ ସନଓାର ବାର୍ଷିକ ବିବରଣୀ ପାଠ କରିଥିଲେ । ଏଥିରେ ପ୍ରାଧ୍ୟାପକ ପ୍ରସନ୍ନ ରାଉତ, ଦିଲୀପ ରାଉଳ, ଅଇନଜୀବୀ ମାନଗୋବିନ୍ଦ ଧଳ, ଶିକ୍ଷାବିତ୍ ପ୍ରଦୁ୍ୟମ୍ନ ନାୟକ, ଜାବେଦ ଇକବାଲ, ଜିତେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ ।