ବିଦୁ୍ୟତ ସଂସ୍ପର୍ଶରେ ଆସି ୭ ଗୋରୁ ମୃତ, ଥାନାରେ ଏତଲା
ପଟ୍ଟାମୁଣ୍ଡାଇ,: ବିଦୁ୍ୟତ ବିଭାଗର ଅବହେଳା ପାଇଁ ପଟ୍ଟାମୁଣ୍ଡାଇରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତରଡିପାଳ ପଞ୍ଚାୟତ ତୁଳସିଡିଆ ଗ୍ରାମରେ ବିଦୁ୍ୟତ ସଂଷ୍ପର୍ଶରେ ଆସି ବିଲକୁ ଚରିବାକୁ ଯାଇଥିବା ୭ଟି ଗାଈମୃତୁ୍ୟବରଣ କରିଛନ୍ତି । ଏହି ଘଟଣା ଜଣାପଡିବା ପରେ ଗ୍ରାମରେ ଉତେଜନା ପ୍ରକାଶପାଇଛି । ଗୋରୁ ମାଲିକମାନେ ବିଦୁ୍ୟତ ବିଭାଗ ନାମରେ ଚଉଦକୁଲାଟ ଫାଣ୍ଡିରେ ଏତଲା ଦେଇଛନ୍ତି । ବିଦୁ୍ୟତ ବିଭାଗର ଏଭଳି ଅବହେଳାକୁ ଦାୟି କରି ଜନ ଅସନ୍ତୋଷ ପ୍ରକାଶପାଇଛି । ଖବର ନେବାରୁ ଜଣାପଡିଛି ଗତ ୧୮ତାରିଖ ମଙ୍ଗଳବାର ଦିନଘୂର୍ଣ୍ଣିଝଡରେ ତରଡିପାଳ ପଞ୍ଚାୟତରେ ବଜ୍ରାଘାତରେ ୭ ଗାଈ ମୃତୁ୍ୟବରଣ କରିଥିବାବେଳେ ସେହି ପଞ୍ଚାୟତର ତୁଳସିଡିଆ ଗ୍ରାମରେ ଗତ ଘୂର୍ଣ୍ଣିଝଡରେବିଲରେ ଶୋଇପଡିଥିବା ବିଦୁ୍ୟତ ତାର ସଂଷ୍ପର୍ଶରେ ଆସି ୭ ଟି ଗାଈଗୋରୁ ମଧ୍ୟମୃତୁ୍ୟବରଣ କରିଛନ୍ତି । ତରଡିପାଳ ସରପଞ୍ଚ ଦେବବ୍ରତ ନାୟକ, ସମିତିସଭ୍ୟ ନିରଞ୍ଜନ ବାରିକ , ସମାଜସେବୀ ଅଭିଷେକ ବିଶ୍ୱାଳ ପ୍ରମୁଖ ସଂପୃକ୍ତ ଗାଇ ମାଲିକଙ୍କୁ କ୍ଷତିପୂରଣ ଦେବା ସହ ବିଦୁ୍ୟତ ବିଭାଗର ଏହି ଖାମଖିଆଲ ମନୋବୃତି ପାଇଁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।