ରାସନ ସାମଗ୍ରୀ ଯୋଗାଣରେ ଘୋଟଲା ଅଭିଯୋଗ


ଜଗତସିଂହପୁର,: ତିର୍ତ୍ତୋଲ ଥାନା ଅଧିନ ଗୋରଡ଼ ଗ୍ରାମରେ ଘଟିଛି ରାସନ ସାମଗ୍ରୀ ଯୋଗାଣରେ ମୋହା ଘୋଟାଲା । ଏଠି ସ୍ତ୍ରୀ ସରପଞ୍ଚ ଥିବାବେଳେ ସ୍ୱାମୀ ଡିଲର । ବିବାହିତ ଝିଅ, ମୃତ ବ୍ୟକ୍ତିଙ୍କ ନାମରେ ବର୍ଷ ବର୍ଷ ଧରି ହଡପ ହେଉଛି ରେସନ ସାମଗ୍ରୀ । ଅଭିଯୋଗ କଲେ ସରକାରୀ ଯୋଜନାରୁ ବଂଚିତ କରାଯିବାକୁ ମିଳୁଛି ଧମକ । ରେସନ କାର୍ଡ ନ-୧୨୦୫୧୨୧୦୯୩୨ ର ହିତାଧିକାରୀ ହେମାଲତା ଯୋଗଣିଆ ଓ ସ୍ୱାମୀ ବଟକୃଷ୍ଣ ଯୋଗଣିଆ ମୃତ୍ୟୁ ହୋଇସାରିଥିବା ବେଳେ ପରିବାରର ଅନ୍ୟ ସଦସ୍ୟ କେହି ଏଠି ରାହୁନଥିବା ବେଳେ ତାଙ୍କର ଏହି ରେସନ କାର୍ଡ ରେ ୫ ଜଣଙ୍କ ନାମରେ ଦୀର୍ଘ ଦିନ ହେବ ରେସନ ସାମଗ୍ରୀ ହେଉଛି ହଡପ । ଏହି ପଞ୍ଚାୟତର୧ ରୁ ୮ଟି ୱାର୍ଡ ରେ ଅଛନ୍ତି ୨୨୦ ରୁ ଉର୍ଦ୍ଧ୍ୱ ରେସନ କାର୍ଡ ଧାରୀ । ଏହି ହିତାଧିକାରୀ ମାନଙ୍କ ମଧ୍ୟରୁ ୫୦ ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କ ସାମଗ୍ରୀ ହଡପ କରାଯାଉଥିବା ସୂଚନା ଅଧିକାର ଆଇନି ବଳରେ ସୂଚନା ମିଳିଛି । ଏହାର ବିଧିବଦ୍ଧ ତଦନ୍ତ କରି କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସୁକାନ୍ତ ବିଶ୍ୱାଳ,ସୁନୀଲ ସ୍ୱାଇଁ, ଗୋପୀନାଥ ବିଶ୍ୱାଳ, ଦୟାନିଧି ସ୍ୱାଇଁ, ସୁବାଷ ନାୟକ, ସାରଦା ବିଶ୍ୱାଳ, ସୁଷମା ବେହେରା, ଗୋପୀନାଥ ବିଶ୍ୱାଳ, ଗୋପବନ୍ଧୁ ସେଠୀ, ଜଗନ୍ନାଥ ନାୟକ ପ୍ରମୁଖ ଉପଜିଲ୍ଲାପାଳ ଓ ଅନ୍ୟ ବିଭାଗୀୟ ଅଧିକାରୀ ଙ୍କ ନିକଟରେ ଲିଖିତ ଭାବେ ଦାବି କରିଛନ୍ତି ।