ଭାରତରେ ରିଅଲ୍ମି ୧୫ଟିର ଶୁଭାରମ୍ଭ
ଭୁବନେଶ୍ୱର : ଭାରତର ଲୋକପ୍ରିୟ ସ୍ମାର୍ଟଫୋନ ବ୍ରାଣ୍ଡ ରିଅଲମି ପକ୍ଷରୁ ଏହାର ନୂଆ ସ୍ମାର୍ଟଫୋନ ରିଅଲମି ୧୫ଟିର ଉନ୍ମୋଚନ କରାଯାଇଛି । ରିଅଲ୍ମି ୧୫ଟି ଏକ ୫୦ଏମ୍ପି ଫଣ୍ଟ ଓ ୫୦ଏମ୍ପି ରିୟର ଏଆଇ କ୍ୟାମେରା ସେଟଅପ ଥିବା ସେଗ୍ମେଣ୍ଟର ଏକମାତ୍ର ସ୍ମାର୍ଟଫୋନ । ୭୦୦୦ ଏମଏଏଚ ଟାଇଟନ ବ୍ୟାଟେରୀ , ୪୦୦୦ ନିଟ୍ ୪ଆର କମ୍ଫର୍ଟ+ ଆମୋଲେଡ, ମିଡିଆଟେକ ଡାଇମେନସିଟି ୬୪୦୦ ମ୍ୟାକ୍ସ ୫ଜି ପ୍ରୋସେସର, ଶିଳ୍ପ ଅଗ୍ରଣୀ ଆଇପି ୬୬ /୬୮/୬୯ ୱାଟର ରେଜିଷ୍ଟାନ୍ସ ଓ ପ୍ରୋ-ଗ୍ରେଡ ଡୁଆଲ ଏଆଇ କ୍ୟାମେରା ଭଳି ଅତ୍ୟାଧୁନିକ ଫିଚର ସହିତ ରିଅଲମି ୧୫ଟି ନିଜ ସେଗ୍ମେଣ୍ଟରେ ନୂଆ ମାନଦଣ୍ଡ ସ୍ଥିର କରିଛି । ଏଥିରେ ନାନୋ-ସ୍କଲ ମାଇକ୍ରୋକ୍ରିଷ୍ଟାଲ ଲାଇନ ଫିନିଶ ସହ ଏକ ଟେକ୍ସଚର୍ଡ ମ୍ୟାଟ ୪ଆର ଡିଜାଇନ ରହିଛି । କେବଳ ୭.୭୯ ଏମଏମ ପତଳା ଓ ୧୮୧ଗ୍ରାମ ହାଲୁକା ଥିବା ଏହି ଫୋନ ଭାରତର ଅନ୍ୟତମ ସର୍ବାଧିକ ପତଳା ଓ ହାଲୁକା ବୃହତ-ବ୍ୟାଟେରୀ ସ୍ମାର୍ଟଫୋନ ଅଟେ । ଏହି ସ୍ମାର୍ଟଫୋନ ସୁଟ ଟାଇଟାନିୟମ, ସିଲ୍କ ବ୍ଲୁ ଓ ଫ୍ଲୋୟିଙ୍ଗ ସିଲ୍ଭର କଲରରେ ଉପଲବ୍ଧ ହେବ । ରିଅଲମି ୧୫ଟି ୩ଟି ଷ୍ଟୋରେଜ ଭାରିଆଂଟ ୮ଜିବି+୧୨୮ଜିବି, ୮ଜିବି+୨୫୬ଜିବି ଓ ୧୨ଜିବି+୨୫୬ଜିବିରେ ଉପଲବ୍ଧ ହେଉଛି ଯାହାର ମୂଲ୍ୟ ଯଥାକ୍ରମେ ୧୮,୯୯୯ ଟଙ୍କା, ୨୦,୯୯୯ ଟଙ୍କା ଓ ୨୨,୯୯୯ ଟଙ୍କା ରହିଛି ।