ପିରହାଟ-ବରଗଡିଆ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ

 ଖଇରା : ବହୁ ପ୍ରତିକ୍ଷିତ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଡଗରପଡା ସ୍ଥିତ ପିରହାଟ-ବରଗଡିଆ-କମାରପାଳ ରାସ୍ତା ଓ ଜିପିଏଲଏଫ କେନ୍ଦ୍ରର ଭିତ୍ତିପ୍ରସ୍ତର ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଓ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ଦ୍ୱାରା ସ୍ଥାପିତ ହୋଇ ଯାଇଛି । ଏହି ଅବସରରେ ଡଗରପଡା ବଜାର ଠାରେ ଆୟୋଜିତ ସାଧାରଣ ସଭାରେ ମନ୍ତ୍ରୀ ବକ୍ତବ୍ୟ ରଖି ବର୍ତ୍ତମାନର ଭାଜପା ସରକାର ସାଧାରଣ ଲୋକଙ୍କ ନିର୍ବାଚନ ବେଳେ ଦେଇଥିବା ୨୧ ପ୍ରତିଶ୍ରୁତିରୁ ବର୍ଷକ ଭିତରେ ୧୧ ପ୍ରତିଶ୍ରୁତି ପୂରଣ କରିଛନ୍ତି । 
ଆଉ ୪ବର୍ଷ ଅପେକ୍ଷା କରନ୍ତୁ ସରକାର ଦେଇଥିବା ସବୁ ପ୍ରତିଶ୍ରୁତିକୁ ନିଶ୍ଚୟ ପୂରଣ କରି ଦେଖାଇବେ ବୋଲି କହିଥିଲେ । ବିଧାୟକ ପଣ୍ଡା ବର୍ଷକ ମଧ୍ୟରେ ହୋଇଥିବା ବିକାଶର ନମୁନା ଲୋକଙ୍କ ଆଗରେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ, ଜିଲ୍ଲା ପରିଷଦ ସଭ୍ୟ ମାନସ କୁମାର ଦାଶ, ଯୁବନେତା ନୀଳମାଧବ ପଣ୍ଡା ଓ ଅଣୁମାଧବ ପଣ୍ଡା, ଅଚୁ୍ୟତପୁର ସରପଞ୍ଚ ଅହଲ୍ୟା ପାତ୍ର ସମିତି ସଭ୍ୟ ଅହଲ୍ୟା ପାଢୀ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଦୁର୍ଯେ୍ୟାଧନ ବେହେରା ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ରାସ୍ତା ପାଇଁ ୨କୋଟି ଓ ଜିପିଏଲଏଫ କେନ୍ଦ୍ର ପାଇଁ ୩୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସମିତିସଭ୍ୟ ବିମ୍ବାଧର ଦଳେଇଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୈଳାଶ ମାଝୀ ମଞ୍ଚ ପରିଚାଳନା ଓ କିଶୋର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।