ବିଧାନସଭାରେ ନେହେରୁ ଓ ଇନ୍ଦିରାଙ୍କ ପ୍ରତିମୂର୍ତ୍ତି କରାଯାଉ

 ବଲାଙ୍ଗିର  : ଆମ ଦେଶ ଭାରତ ବର୍ତ୍ତମାନ ବିଶ୍ୱ ଅର୍ଥନୀତିକୁ ଦେଖିଲେ ଚତୁର୍ଥ ସ୍ଥାନରେ ପହଁଞ୍ଚିଛି । ଆମେ ସେନାର ଶକ୍ତି ହେଉକି ଦେଶର ଗଣତାନ୍ତ୍ରିକ ପଦ୍ଧତି ହେଉ ଆମେ ସାରା ବିଶ୍ୱରେ ନିଜର ଶ୍ରେଷ୍ଠତ୍ୱ ପ୍ରମାଣିତ କରିଛୁ   । ଏସବୁ ସମ୍ଭବ ହୋଇଛି ଦୂରଦୃଷ୍ଟି ସମ୍ପନ୍ନ ବିକାଶ ଏବଂ ବିଶ୍ୱାସ କରୁଥିବା ନେତୃତ୍ୱ  ଯିଏ କି ଦେଶ ସ୍ୱାଧିନ ହେବା ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଶାସନ ଭାର ଗ୍ରହଣ କରିଥିଲେ, ସେ ହେଉଛନ୍ତି ପଣ୍ଡିତ ଜବାହାରଲାଲ ନେହେରୁ । 
ତାଙ୍କ ନେତୃତ୍ୱ ସମୟରେ ହିଁ ଭାରତ ବର୍ଷ ବିଶ୍ୱରେ ଏକ ସର୍ବଶ୍ରେଷ୍ଠ ଅର୍ଥନୈତିକ, ବୈଷୟିକ ଓ ସାମରିକ ଶକ୍ତି ସମ୍ପନ୍ନ ଦେଶ ଭାବେ ଉଭା ହୋଇଥିଲା । ଏହା ବ୍ୟତିତ ସ୍ୱର୍ଗୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଦେଶ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ଭାବେ ସାରା ବିଶ୍ୱରେ ଦବଦବା ସୃଷ୍ଟି କରିଥିଲେ  । ସ୍ୱର୍ଗୀୟ ଗାନ୍ଧୀ ନିଜର ଦୃଢ ନେତୃତ୍ୱ, ଶାହସ ଓ ପରାକାଷ୍ଠା କୁ ୧୯୭୧ ମସିହାର ଭାରତ ପାକିସ୍ଥାନ ଯୁଦ୍ଧର ଫଳାଫଳ ସାରା ବିଶ୍ୱ ଜାଣିଛି । ଏପରିକି ପୃଥିବୀର ସୁନାମଧନ୍ୟ ଗଣମାଧ୍ୟମ ବିବିସି ଅନୁସାରେ ଉଇନ୍ଷ୍ଟନ ଚର୍ଚ୍ଚିଲଙ୍କ ପରେ ସ୍ୱର୍ଗୀୟ ଇନ୍ଦିରା ଗାନ୍ଧୀ ହେଉଛନ୍ତି ବର୍ତ୍ତମାନ ଯୁଗ ପର୍ଯ୍ୟନ୍ତ ହୋଇଥିବା ପ୍ରଧାନମନ୍ତ୍ରୀ ମାନଙ୍କ ମଧ୍ୟରେ ଦ୍ୱିତୀୟ ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି  । ଏଣୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ  ସ୍ୱର୍ଗତ ପଣ୍ଡିତ ନେହେରୁ ଓ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ଅବଦାନକୁ ମନେ ପକାଇବା ପାଇଁ ବିଧାନସଭା ପରିସରରେ ଉଭୟଙ୍କ ପ୍ରତିମୁର୍ତ୍ତି ସ୍ଥାପନ କରାଯାଉ ବୋଲି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ବିଧାନସଭା ବାଚସ୍ପତି ସୁରମା ପାଢିଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି ।