ବ୍ରାହ୍ମଣୀରେ ବୁଡ଼ି ଛାତ୍ରୀ ମୃତ
କବାଟବନ୍ଧ : ବୁଧବାର ପୂର୍ବାହ୍ନରେ ସୁକିନ୍ଦା ବ୍ଲକ୍ ପିଙ୍ଗଲ ଗ୍ରାମ ୮ନଂ ୱାଡ଼ର କ୍ଷେତ୍ରବାସୀ ରାଉତଙ୍କ ଝିଅ ସୁପ୍ରିୟା (୧୨)ଙ୍କ ବ୍ରାହ୍ମଣୀ ନଦୀରେ ବୁଡି ମୃତୁ୍ୟ ବରଣ କରିଛି । ଷଷ୍ଠ ଶ୍ରେଣୀରେ ପଢୁଥିବା ସୁପ୍ରିୟା ଆଜି ପୂର୍ବାହ୍ନ ୧୦ଘଟିବା ସମୟରେ ବ୍ରାହ୍ମଣୀ ନଦୀକୁ ତାଙ୍କ ଦାଦା ତପନ ଓ ଭାଇ ଆକାଶଙ୍କ ସହ ଗାଧୋଇବାକୁ ଯାଇଥିଲେ । ଗାଧେଇବା ବେଳେ ନଦୀର ପ୍ରବଳ ସ୍ରୋତ ଥିବାରୁ ଆକାଶ ଓ ସୁପ୍ରିୟା ଉଭୟ ଭାଇ ଭଉଣୀ ନଦୀରେ ବୁଡ଼ି ଯାଇଥିଲେ । ସେଠାରେ ଦାଦାଙ୍କ ସମେତ ଗାଧୋଉଥିବା ଲୋକମାନେ ଆକାଶକୁ ଉଦ୍ଧାର କରିଥିବା ବେଳେ କିଛି ସମୟ ପରେ ସୁପ୍ରିୟାକୁ ଉଦ୍ଧାର କରି ଦାନଗଦୀ ମେଡିକାଲରେ ଭର୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ କଳିଙ୍ଗନଗର ପୁଲିସ ପହଁଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।