ବିପଦ ସଂକୁଳ ଅବସ୍ଥାରେ ରାସ୍ତା, ମରାମତି ଦାବି
ଏରସମା ବ୍ଲକ କୁଞ୍ଜକୋଠୀ ପଞ୍ଚାୟତ ଅନ୍ତର୍ଗତ ନୂଆ ରତନପୁରୁ ଗ୍ରାମ୍ୟ ରାସ୍ତା ବିପଦ ସଂକୁଳ ହୋଇପଡିଛି । ଅସରାଏ ବର୍ଷାରେ ମାଟି ରାସ୍ତାରେ ଯିବା ମୁସ୍କୁଲି ହୋଇପଡୁଛି । ଏହି ଦୁଇ କିଲୋମିଟର ମୁଖ୍ୟ ରାସ୍ତା ରତନପୁରୁ ଠାରୁ କନାଗୁଳି ଓ ଖୁରାଣ୍ଟକୁ ସଂଯୋଗ କରିଥିବା ବେଳେ ପ୍ରତିଦିନ ନୀଳକଣ୍ଠେଶ୍ୱର ଉଚ୍ଚÿ ବିଦ୍ୟାଳୟକୁ ପିଲାମାନେ ପାଠ ପଢ଼ିବାକୁ ଯିବାବେଳେ ବର୍ଷା ଅସାରାୟ ହେଲେ କାଦୁଆରେ ଗୋଡ ଖସିପଡ଼ି ଯାଆନ୍ତି ।ପିଲାମାନଙ୍କ ଡ୍ରେସ୍ ଓ ବହିପତ୍ର କାଦୁଆ ହୋଇଯାଏ । ଏହି ରାସ୍ତା ଉପରେ ମଧ୍ୟ ଶତାଧିକ ଶ୍ରମିକ ନିକଟ ତୈଳ ବିଶୋଧନାଗାର ପାରାଦୀପକୁ ଯାତାୟତ କରନ୍ତି । ଆମ୍ବୁଲାନ୍ସ ଓ ଚାରିଚାକିଆ ଜାନ ନୂଆ ରତନପୁରୁ ଗାଁ କୁ ଯିବା ସାତ ସପନ ହୋଇପଡିଛି । ବର୍ଷା ଦିନ ପୂର୍ବରୁ ରାସ୍ତାର ମରାମତି କରିବା ପାଇଁ ନୂଆ ରତନପୁରୁ ଗ୍ରାମର ମୁରୁକି ବସନ୍ତ ନାୟକ, ସମାଜସେବୀ ସରୋଜ ସ୍ୱାଇଁ, ଗଗନ ସ୍ୱାଇଁ , ସମୀର ପରିଡ଼ା, ସଲିଳ ସ୍ୱାଇଁ , କାଳନ୍ଦୀଖଟୁଆଙ୍କ ସମେତ କନାଗୁଳି ଓ ନୂଆ ରତନପୁରୁ ଗ୍ରାମବାସୀମାନେ ଦାବି କରିଛନ୍ତି ।