ଇସ୍ରୋ ମୁଖ୍ୟଙ୍କୁ ପିଏଚଡି
ାା ଏଜେନ୍ସି ।ା ଚେନ୍ନାଇ, : ୨୦୨୩ ମସିହା ଅଗଷ୍ଟ ୨୩ରେ ଐତିହାସିକ ଚନ୍ଦ୍ରଯାନ-୩ ମିଶନରେ ଯେତେବେଳେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ପୃଷ୍ଠକୁ ଛୁଇଁଲା ସେତେବେଳେ ସେ ବେଶ ଉଲ୍ଲସିତ ହୋଇ ଉଠିଥିଲେ । କିନ୍ତୁ ଏବେ ତାଙ୍କ ଖୁସି ଦୁଇ ଗୁଣିତ ହୋଇ ଯାଇଛି । କାରଣ ସେ ଆଜି ଆଇଆଇଟି-ମାଡ୍ରାସର ୬୧ ତମ ସମ୍ମିଳନୀରେ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି । ସେ ହେଉଛନ୍ତି ଏରୋସ୍ପେସ୍ ଇଞ୍ଜିନିୟର ତଥା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଉସ୍ରୋର ଅଧ୍ୟକ୍ଷ ଏସ୍ ସୋମନାଥ । ବର୍ତ୍ତମାନ ସେ ଡକ୍ଟର ସୋମନାଥ ହୋଇଯାଇଛନ୍ତି । ଇସ୍ରୋର ମୁଖ୍ୟ ଯିଏ ଭାରତର ମିଶନକୁ ଚନ୍ଦ୍ରକୁ ନେଇ ଯାଇଥିଲେ ବର୍ତ୍ତମାନ ସେ ଡକ୍ଟରେଟ ପାଇବା ପରେ ପୂରା ଖୁସି ହୋଇଯାଇଛନ୍ତି ।
ଭାରତର ଓଜନିଆ ଲଞ୍ଚର ପୁରୋଧା କୁହାଯାଉଥିବା ଡ. ସୋମନାଥ ଅନେକ ସମ୍ମାନସ୍ପଦ ପିଏଚ୍ଡି ଡିଗ୍ରୀ ପାଇଛନ୍ତି । କିନ୍ତୁ ରିସର୍ଚ୍ଚ ମାଧ୍ୟମରେ ପିଏଚ୍ଡି ପାଇବା ଓ ତା’ ପୁଣି ଆଇଆଇଟି ଭଳି ସଂସ୍ଥାରୁ, ତା’ର ଖୁସି କିଛି ଭିନ୍ନ । ଡକ୍ଟରେଟ ସମ୍ମାନ ପାଇବା ପରେ ଡ. ସୋମନାଥ କହିଛନ୍ତି, ଆଇଆଇଟି ମାଡ୍ରାସ ଭଳି ବଡ ଇନଷ୍ଟିଚୁ୍ୟଟରୁ ଡିଗ୍ରୀ ହାସଲ କରିବା ଅତ୍ୟନ୍ତ ସମ୍ମାନର ବିଷୟ । ମୁଁ ଗୋଟିଏ ଗାଁର ପିଲା । ଅବଶ୍ୟ ମୁଁ ଟପ୍ପର ହୋଇଥିଲି । କିନ୍ତୁ ଆଇଆଇଟିର ପ୍ରବେଶ ପରୀକ୍ଷା ଦେବାର ସାହାସ ମୋ ପାଖରେ ନଥିଲା । ତଥାପି ମୋର ଗୋଟିଏ ସ୍ୱପ୍ନ ଥିଲା ଯେ ଗୋଟିଏ ଦିନ ମୁଁ ଏଠାରୁ ଗ୍ରାଜୁ୍ୟଏଟ ହେବି । ମୁଁ ମୋର ମାଷ୍ଟର ଡିଗ୍ରୀ ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ ଇନଷ୍ଟିଚୁ୍ୟଟ ଅଫ ସାଇନ୍ସରୁ ହାସଲ କରିଥିଲି । ଏବେ ଆଇଆଇଟି ମାଡ୍ରାସ ପକ୍ଷରୁ ମୋତେ ପିଏଚଡି ସମ୍ମାନ ମିଳିଛି । ଗୋଟିଏ ଗାଁ ପିଲାର ସ୍ୱପ୍ନ ଆଜି ପୂରା ହୋଇଛି । ପିଏଚଡି ସବୁବେଳେ କଷ୍ଟକର ବ୍ୟାପାର । ବିଶେଷ କରି ଆଇଆଇଟି ମାଡ୍ରାସ ଭଳି ସଂସ୍ଥାରୁ ପିଏଚଡି ହାସଲ କରିବା ଆହୁରି କଷ୍ଟକର । ଏହା ଏକ ଲମ୍ବା ଯାତ୍ରା ଥିଲା । ୧୦ ବର୍ଷ ତଳେ ଜଣେ ଇଞ୍ଜିନିୟର ଭାବେ ଇସ୍ରୋର ଗୋଟିଏ ପ୍ରୋଜେକ୍ଟରେ ମୁଁ ଏହା ଆରମ୍ଭ କରିଥିଲି । ଏହି ବିଷୟ ମୋ ମୁଣ୍ଡରେ ଜୀବନ୍ତ ହୋଇ ରହିଥିଲା । ମୁଁ ଅନେକ ବର୍ଷ ଧରି ଏହା ଉପରେ କାମ କରିଛି । ଏହି ପିଏଚଡି ରେଜଲ୍ଟ ମୋର ୩୫ ବର୍ଷର ପରିଶ୍ରମ । ଆପଣମାନେ ଶେଷ ପର୍ଯ୍ୟାୟରେ ସବୁ କିଛି ଦେଖିଥିବେ । କିନ୍ତୁ ଏହା ଏକ ଲମ୍ବା ଯାତ୍ରା ଥିଲା । ଡ ସୋମନାଥ କେରଳର ଅଲ୍ଲପୁଝାର ଆରୋରରେ ଥିବା ସେଣ୍ଟ ଅଗଷ୍ଟାଇନ ହାଇସ୍କୁଲରେ ନିଜର ପ୍ରାଥମିକ ଶିକ୍ଷା ଶେଷ କରିଥିଲେ । ଏହାପରେ ସେ ଏର୍ଣ୍ଣାକୁଲମରେ ଥିବା ମହାରାଜ କଲେଜକୁ ଆସିଥିଲେ ।
କୋଲ୍ଲାମ ଠାରେ ଥିବା ଥାଙ୍ଗାଲ କୁଞ୍ଜୁ ମୁସାଲିଅର କଲେଜ ଅଫ ଇଞ୍ଜିନିୟରରୁ ସେ ମେକାନିକାଲ ଇଞ୍ଜିନିୟର ଭାବେ ଡିଗ୍ରୀ ହାସଲ କରିଥିଲେ । ସେ ୧୯୮୫ରେ ଇସ୍ରୋରେ ଯୋଗ ଦେଇଥିଲେ । ଏହାପରେ ଅଧ୍ୟକ୍ଷ ପଦକୁ ନିକଟରେ ପଦୋନ୍ନତି ପାଇଥିଲେ