ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ରକ୍ତଦାନ ଶିବିର 

 ବଡ଼ସାହି : ବଡ଼ସାହି ବିବେକାନନ୍ଦ ବିହାର ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ରଜତ ଜୟନ୍ତୀ ଉସôବ ୪ ଦିନ ବ୍ୟାପୀ ପାଳନ କରାଯାଉଛି । ତୃତୀୟ ଦିବସରେ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହେବା ସହିତ ସମ୍ବାଦ ଓ ଆମ ଓଡ଼ିଶାର ସହଯୋଗ କ୍ରମେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ସମ୍ବାଦ ପ୍ରତିନିଧି ଅମିୟ ବଳାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶିବିରକୁ ବଡ଼ସାହି ଅଞ୍ଚଳର ଶିକ୍ଷାବିତ୍ ତଥା ନାଟ୍ୟକାର ମନୋରଞ୍ଜନ ବେହେରା ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନ ଅଧ୍ୟକ୍ଷ ଡ. କୁମାର ବାବୁଲି, ପ୍ରଧାନ ଆଚାର୍ଯ୍ୟା ରାଉତ ସୂର୍ଯ୍ୟକାନ୍ତି ପୁହାଣ, ଉପାଧ୍ୟକ୍ଷା ନିଶାମଣି ରାଉତ, ରନôାକର ପୁହାଣ, ଡ. ଆଦିତ୍ୟ ପ୍ରସାଦ ବେହୁରା ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।ଅନୁଷ୍ଠାନର ଶୁଭେଚ୍ଛୁ ଶିବ ଶଙ୍କର ଭୂୟାଁ ପ୍ରଥମେ ରକ୍ତଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଶିବିରରୁ ମୋଟ ୨୮ ୟୁନିଟ ରକ୍ତ ସଂଗୃହୀତ ହୋଇପାରିଛି । ବାରିପଦା ରକ୍ତ ଭଣ୍ଡାର ପକ୍ଷରୁ ଡ. ମୁକ୍ତିକାନ୍ତ ଗିରିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରୁଚିକା ଖୁରାନା, କଳ୍ପନା ସିଂ, ଶକୁନ୍ତଳା ମହାନ୍ତ ଓ କରୁଣାକର ଜେନା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ଅନୁଷ୍ଠାନ ଗୁରୁଜୀ ଗୁରୁମା, ପୁରାତନ ଛାତ୍ରଛାତ୍ରୀ ରକ୍ତଦାନ କରିଥିବାବେଳେ, ମୁଖ୍ୟତଃ ଅତୁଲ୍ୟ ସୁନ୍ଦର ଭଞ୍ଜବାବୁ, ରଣଜିତ୍ ମହାନ୍ତି, ଦୀପକ ଦାସ, ଲିପୁ, ରିକୁ ଓ ଅନ୍ୟମାନେ ପରିଚାଳନା କରିଥିଲେ ।