ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କଲେ କୃଷି ନିଦେ୍ର୍ଦଶକ

 କେନ୍ଦୁଝର : ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି କୃଷି ନିଦେ୍ର୍ଦଶକ ଶୁଭମ ସକସେନା  ସ୍ଥାନୀୟ ଦରବାର ହଲ ଠାରେ  ବିଭିନ୍ନ କୃଷି କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ।  ସମୀକ୍ଷା ବୈଠକର ପ୍ରାରମ୍ଭରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସତ୍ୟବାନ ସୋରେନ ସ୍ୱାଗତ ଭାଷଣ ଦେବା ସହିତ କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କୃଷି କାର୍ଯ୍ୟକ୍ରମର ଅଗ୍ରଗତି ସମ୍ବନ୍ଧରେ ତଥ୍ୟ ଉପସ୍ଥାପନ କରିଥିଲେ  । ଉପ ଉଦ୍ୟାନକୃଷି ନିଦେ୍ର୍ଦଶକ ସୌମେନ୍ଦ୍ର ପାଣିଗ୍ରାହୀ ତାଙ୍କ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନାର ଅଗ୍ରଗତି ସମ୍ବଧ୍ୟରେ ତଥ୍ୟ ଉପସ୍ଥାପନ କରିଥିଲେ  । ତତ୍ପରେ ପ୍ରକଳ୍ପ ନିଦେ୍ର୍ଦଶକ, ଜଳବିଭାଜିକା ଅଶୋକ କୁମାର ପାଣିଗ୍ରାହୀ ବିଭାଗୀୟ କାର୍ଯ୍ୟକ୍ରମର  ଅଗ୍ରଗତି ସମ୍ବଧରେ ସୂଚନା ଦେଇଥିଲେ  । କୃଷି ନିଦେ୍ର୍ଦଶକ କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଡିଜିଟାଲ ଫସଲ ସର୍ଭେକ୍ଷଣ , କୃଷକ ରେଜିଷ୍ଟ୍ରୀ, ପିଏସଏସ ଏକ ପେଡ ମା’ କେ ନାମ ପ୍ରଭୁତ୍ତି ଯୋଜନା ଗୁଡିକୁ ସଠିକ ଢଙ୍ଗରେ ପରିଚାଳନା କରିବାକୁ ଗୁରୁତ୍ୱାରୋପ କରିଥିଲେ  । ଚାଷୀଙ୍କ ପାଇଁ ଉଦିଷ୍ଠ ସହାୟତା ରାଶିକୁ ଅତି ଶୀଘ୍ର ଡିବିଟି ମୋଡରେ ପ୍ରଦାନ କରିବାକୁ ଉପଦେଶ ଦେଇଥିଲେ  । ଉକ୍ତ ସମୀକ୍ଷାରେ ଜିଲ୍ଲାପାଳ ବିଶାଲ ସିଂହ , ମୁଖ୍ୟ ଉନ୍ନୟନ ଅଧିକାରୀ କୁମାର ନାଗଭୂଷଣ, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ରବୀନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ କୃଷି ନିଦେ୍ର୍ଦଶକ ଯାମି ସୂର୍ଯ୍ୟ ନାରାୟଣ ରାଓ, ଯୁଗ୍ମ କୃଷି ନିଦେ୍ର୍ଦଶକ ପର୍ଶୁରାମ ବେହେରା, ଯୋଜନା ଅଧିକାରୀ ହରେକୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ  । ଶେଷରେ କେନ୍ଦୁଝର କୃଷି ଜିଲ୍ଲା ଅଧିକାରୀ ବିଶ୍ୱଜୟୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।