ବିଘ୍ନେଶ୍ୱର ଓ ଖୁଦୁରୁକୁଣୀଙ୍କ ଭସାଣି

ବ୍ରହ୍ମଗିରି : ବ୍ରହ୍ମଗିରି ପୋଲିସ ଦ୍ୱାରା ଗତବର୍ଷ ବିଘ୍ନେଶ୍ୱରଙ୍କ ଓ ଖୁଦୁରୁକୁଣୀ ଭଷାଣୀ ଉତ୍ସବ ବିଭିନ୍ନ ଅନୁଷ୍ଠାନ ତରଫରୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରାଯାଇଛି । ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭସାଣୀ ସମୟରେ ଉଚ୍ଚ ଶବ୍ଦରେ ଡିଜେ, ଭସାଣୀ ସମୟରେ ନିଶାସେବନ ନ କରିବା, ସାଧାରଣ ଲୋକଙ୍କ ଯାତାୟାତରେ ଯେଭଳି ଅସୁବିଧା ନହେବା ସେଥିପ୍ରତି ବ୍ରହ୍ମଗିରି ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ନଜର ରହିଥିଲା । ପୂର୍ବରୁ ଭସାଣୀ ସମୟରେ ଡିଜେ ନବଜାଇବା ପାଇଁ ଭାରପ୍ରାପ୍ତ ଅଧିକାରୀ ଜନସାଧାରଣଙ୍କୁ ଅପିଲ କରିଥିଲେ । ବିଭିନ୍ନ ଅନୁଷ୍ଠାନ କଥା ରଖି ଡିଜେ ନ ବଜାଇବା ପୁଲିସ ପ୍ରଶାସନ ପ୍ରତି ଲୋକଙ୍କ ଅତୁଟ ବିଶ୍ୱାସକୁ ସୂଚାଇଥିଲା । ପୁଲିସ ପ୍ରଶାସନ ଏନେଇ ଖୁସି ବ୍ୟକ୍ତ ପ୍ରକାଶ କରିବା ସହ ଗତବର୍ଷ ବିଘ୍ନେଶ୍ୱରଙ୍କ ଭଷାଣି, ଖୁଦୁରୁକୁଣି ଭଷାଣୀ ସମାପ୍ତ ହୋଇଛି । କୃଷ୍ଣପ୍ରସାଦ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବରେ ଭସାଣୀ ଉତ୍ସବ ପାଳିତ ହୋଇଛି । ଡିଜେ ସାଉଣ୍ଡ ପ୍ରତି ରୋକ୍ ଲଗା ଯାଇଥିଲା । ବିଭିନ୍ନ ଅନୁଷ୍ଠାନ ତରଫରୁ ସୁସଜ୍ଜିତ ଗାଡିରେ ଲାଇଟ୍ ସହ, ବାଜା ବଜାଇ ଆନନ୍ଦରେ ବିସର୍ଜନ ପର୍ବ ପାଳନ କରିଥିଲେ ।
ବାଲୁଗାଁ: ବାଣପୁର ପାଇକସାହିରେ ଦୀର୍ଘ ୧୪ଦିନ ଧରି ପୂଜା ପାଉଥିବା ଗଣେଶ ପ୍ରଭୁଙ୍କର ବିସର୍ଜନ ବିରାଟ ପଟୁଆରରେ ଭିନ୍ନ ଭିନ୍ନ ଯାକ ଜମକ ଓ ଆଧୁନିକ ଆଲୋକ ସଜରେ ରାସ୍ତାଘାଟ ଆଲୋକିତ କରି ବାଣପୁର ମୁଖ୍ୟ ରାସ୍ତା ଓ ମୁଖ୍ୟ ସାହି ଦେଇ ବାଜା ବାଜଣାରେ ସହର କମ୍ପି ଉଠିଥିଲା । ଗଣେଶ ବିସର୍ଜନ ଲାଗି ସମସ୍ତ ଦୋକାନ ବଜାର ବନ୍ଦ ରହି ବିସର୍ଜନ ପଟୁଆରରେ ସାମିଲ ହୋଇଥିଲେ । ଏହି ବିସର୍ଜନରେ ଶାନ୍ତି ଶୃଙ୍ଖଳା ରକ୍ଷ୍ୟା ନିମିତ୍ତ ବାଣପୁର ପୁଲିସ ପୂର୍ଣ୍ଣ ସହଯୋକ କରିଥିଲେ । କୌଣସି ପ୍ରକାର ଅଘଟଣା ଘଟି ନାହିଁ । ପାଇକ ସାହି ସହିଦ କୃତିବାସ କ୍ଲବର ସମସ୍ତ ସଦସ୍ୟ ଜୟକୃଷ୍ଣ ମାର୍ଥା, ପିଣ୍ଟା ସାହୁ, ଚିନୁ ଜେନା ଓ ଅନ୍ୟାନ୍ୟ ବରିଷ୍ଟ ସଦସ୍ୟ ମୁଖ୍ୟ ପୁରାଧା ସାଜି ଗଣେଶ ବିସର୍ଜନ ଶାନ୍ତି ଶୃଙ୍ଖଳାର ସହ ସମାପନ କଲେ ।