ବିଭିନ୍ନ ସ୍ଥାନରେ ରକ୍ଷା ବନ୍ଧନ ପାଳିତ

  ବୁଗୁଡ଼ା :  ସ୍ଥାନୀୟ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ପକ୍ଷରୁ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନାଚାର୍ଯ୍ୟ ଅଟଳ ଲିଙ୍ଗରାଜଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ମିଶ୍ର , ଶିକ୍ଷକ ଜୟନ୍ତ କୁମାର ପଟ୍ଟନାୟକ, ପରିଚାଳନା ସମିତି ସମ୍ପାଦକ ବିଶ୍ୱ ମୋହନ ମିଶ୍ର ଓ କୋଷାଧ୍ୟକ୍ଷ ତ୍ରିଲୋଚନ ସାହୁ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ରକ୍ଷା ବନ୍ଧନ ଉତ୍ସବ ପାଳନର ତାତ୍ପର୍ଯ୍ୟ ସଂପର୍କେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗୁରୁମା ଲିଲି କୁମାରୀ ପ୍ରଧାନ ସଂଯୋଜନା, ଗୁରୁଜୀ ସଞ୍ଜୟ କୁମାର ଷଡଙ୍ଗି ଗୈରିକ ଧ୍ୱଜା ଉତ୍ତୋଳନ, ଭଉଣୀ ଆଦ୍ୟାଶା ରାଣୀ ଡାକୁଆ ସ୍ୱାଗତ ସଙ୍ଗୀତ ଗାନ ଓ ଇସିକା ସାହୁ ସାହୁ ଅମୃତ ବଚନ ପ୍ରଦାନ କରିଥିବାବେଳେ ପରିଶେଷରେ ଗୁରୁମା ହରପ୍ରିୟା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏ ଅବସରରେ ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମ ସହ ଶିଶୁ ବାଟିକା ବିଭାଗ ପକ୍ଷରୁ ପ୍ରମୁଖ ଗୁରୁମା ମମତା ସାହୁଙ୍କ ତତ୍ତ୍ୱାବଧାନରେ ଅରୁଣ, ଉଦୟ ଓ ପ୍ରଭାତ ଶ୍ରେଣୀର ଶିଶୁ ଭାଇଭଉଣୀଙ୍କୁ ନେଇ "ଗହ୍ମା ଡିଆଁ’ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥି ସହ ଶିଶୁ ମନ୍ଦିରର ଭାଇ-ଭଉଣୀମାନେ ଗୁରୁଜୀ-ଗୁରୁମାଙ୍କ ଗହଣରେ ଯାଇ ବିଭିନ୍ନ କାର୍ଯ୍ୟାଳୟ ଏବଂ ସାହି ପରିକ୍ରମା କରି ରାକ୍ଷୀ ବନ୍ଧନ କାର୍ଯ୍ୟ କରିଥିଲେ । ସେହିପରି ବୁଗୁଡ଼ା ବ୍ଲକର କରଚୁଲି ଗ୍ରାମସ୍ଥ ସରସ୍ୱତୀ ଶିଶୁ ମନ୍ଦିରରେ ମଧ୍ୟ ପ୍ରଧାନାଚାର୍ଯ୍ୟ ସୁଶାନ୍ତ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ  ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଜୟପୁର
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଜୟପୁର ନଗର ରକ୍ଷା ବନ୍ଧନ ଉତ୍ସବ କେଶବ ଭବନ ଠାରେ ପାଳନ କରିଛି । ନଗର କାର୍ଯ୍ୟବାହ ଡ ମୋନରଞ୍ଜନ ପ୍ରଧାନଙ୍କ ଦ୍ୱାରା ଆହୂତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବରିଷ୍ଟ ସ୍ୱୟଂ ସେବକ ହରିହର କରସୁଦ୍ଧା ପଟ୍ଟନାୟକ ରକ୍ଷା ବନ୍ଧନ ଉତ୍ସବ ପାଳନ ପରିପ୍ରେକ୍ଷୀରେ ବକ୍ତବ୍ୟ ଦେଇଥିଲେ । ସଂଘ ପ୍ରାର୍ଥନା ପରେ ନଗରର ସମସ୍ତ ବସ୍ତି ଅଞ୍ଚଳରେ ସମସ୍ତଙ୍କୁ ରକ୍ଷା ସୂତ୍ର ସ୍ୱୟଂସେବକମାନେ ବାନ୍ଧିଥିଲେ ।
ସମ୍ବଲପୁର 
ଧନୁପାଲି ସରସ୍ୱତୀ ଶିଶୁ ମନ୍ଦିର ଠାରେ  ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଆୟୁର୍ବେଦ ଚିକିତ୍ସକ ଡା. ରାଜାରାମ ଷଡଙ୍ଗୀ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ବେବିରାଣୀ ଯୋଗ ଦେଇ ସମାଜ ପାଇଁ ରାକ୍ଷୀର  ଗୁରୁତ୍ୱ ଓ ତାତ୍ପର୍ଯ୍ୟ ନେଇ ଆଲୋଚନା କରିଥିଲେ । ବିଦ୍ୟାଳୟର ସଭାପତି ଡ଼. ପଣ୍ଡା ଭାଇ ଓ ଭଉଣୀଙ୍କ ଅତୁଟ ବନ୍ଧନ, ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ତପସ୍ୱିନୀ କାବ୍ୟ ବିଷୟରେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମ୍ପାଦକ ଜୟ ଶଙ୍କର ପାଢ଼ୀ, ପ୍ରଧାନ ଆଚାର୍ଯ୍ୟ ବିଭୁ ପ୍ରସାଦ ମହାପାତ୍ର ପ୍ରମୁଖ ପରିଚାଳନା କରିଥିବାବେଳେ ତୃପ୍ତି ମୟୀ ବାଗ ଧନ୍ୟବାଦ ପ୍ରଦାନ କରିଥିଲେ ।
 ନୂଆପଡା: 
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଖଡ଼ିଆଳ ଠାରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷୟିତ୍ରୀ ମାନିନୀ ମେହେର, ଅଧ୍ୟାପକ ମିତ୍ରଭାନୁ ମେହେର ପ୍ରମୁଖ ଯୋଗ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଜଗଦୀଶ ପୁଟେଲ୍ ପରିଚୟ ପ୍ରଦାନ ସହ ଉଦେ୍ଦଶ୍ୟ ଜ୍ଞାପନ କରିଥିଲେ । ରଞ୍ଜିତା ବେହେରା ଗୁରୁମା ଧନ୍ୟବାଦ୍ ଅର୍ପଣ କରିଥିବାବେଳେ ଭକ୍ତ ଚରଣ ହୋତା ଗୁରୁଜୀ ମଞ୍ଚ ପରିଚାଳନା କରିଥିଲେ । ଭଜନ ଲାଲ ସଗରିଆ ଗୁରୁଜୀ ଶିଶୁ ଭାଇ ଭଉଣୀଙ୍କୁ ଆଜି ଦିବସର ମହତ୍ତ୍ୱ କହିଥିଲେ । ସମ୍ବାଦ ସାହିତ୍ୟ ପକ୍ଷରୁ ନିଶା ନିବାରଣ ଉଦେ୍ଦଶ୍ୟକୁ ସଫଳ କରିବାକୁ ଯାଇ ରକ୍ଷାବନ୍ଧନ ଉତ୍ସବ ପାଳନ କରାଯାଇଛି ।
ନବରଙ୍ଗପୁର : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନବରଙ୍ଗପୁର ନଗର ପକ୍ଷରୁ ସିଆର୍ ପିଏଫ୍  ୧୨ ବାଟାଲିୟନ  ଠାରେ  ରକ୍ଷା ବନ୍ଧନ ପାଳିତ ହୋଇଯାଇଛି । ଯବାନମାନେ ନିଜ ପରିବାରକୁ ଛାଡି ସଦାସର୍ବଦା ଦେଶ ମାତୃକା ସେବାରେ ରହିଛନ୍ତି  । ସେହି ଯବାନମାନଙ୍କୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତା ଫୁଲ, ଚନ୍ଦନ ଲଗାଇବା ସହ ବନ୍ଦାପନା କରି ରାକ୍ଷୀ ବାନ୍ଧିଛନ୍ତି । ଏହି କାର୍ଯ୍ୟକ୍ରମରେ  କୋମାଣ୍ଡ ଏନ୍ କେକେ ପ୍ରସାଦ  ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରର ରାଷ୍ଟ୍ରୀୟ କାର୍ଯ୍ୟ କରେନୀ ସଦସ୍ୟ ସୁବାଷ ନାୟକ, ରାଜ୍ୟ ସହ ସମ୍ପାଦକ ମୋହନ ହରିଜନ, ଡ. ସୁମନ୍ତ ରଞ୍ଜନ ବଳ, ରାଜ୍ୟ କାର୍ଯ୍ୟ କାରେନୀ ସଦସ୍ୟ ବିଭୁ ସୁନ୍ଦର୍ ଜେନା, ଜିଲ୍ଲା  ସଂଯୋଜିକା ସାଗାରିକା ଦାସ, ନଗର ସମ୍ପାଦକ  ସୁଶ୍ରୀ ତାରେନୀ ଗାଦବା,  ନଗର ରାଷ୍ଟ୍ରୀୟ କଲମଞ୍ଚ  ପ୍ରମୁଖ ମାନସ ଦାସ, ରସ୍ନି ଜାନି,  ଜଗଦୀଶ ପ୍ରସାଦ ସିଂଗ ପ୍ରମୁଖ ଉପସ୍ଥିତ ଥିଲେ ।
ବଡ଼ସାହି :
ବଡ଼ସାହି ବ୍ଲକ ଅନ୍ତର୍ଗତ  ଶାଳଗାଁ ଉଚ୍ଚ ବିଦ୍ୟାଳୟର ଇକୋକ୍ଲବ ତରଫରୁ ରକ୍ଷା ବନ୍ଧନ ଉତ୍ସବ ହୋଇଯାଇଛି  । ଇକୋ କ୍ଲବର ସଂଯୋଜକ ସନ୍ତୋଷ କୁମାର ଖଣ୍ଡା ରକ୍ଷା ବନ୍ଧନ  ଉଦେ୍ଦଶ୍ୟ ଉପରେ ଆଲୋକପାତ କରି ଅତିଥି ପରିଚୟ ପ୍ରଦାନ କରିଥିଲେ ।  ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ । ଭାସ୍କର ଚନ୍ଦ୍ର ଦୁର୍ଗା, ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପାଟୋଳିପୁରାର ମୁଖ୍ୟ ପୁରୋଧା, ପ୍ରଫୁଲ୍ଲ ଚନ୍ଦ୍ର ମହାଳିକ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ, ବିଶ୍ୱମ୍ବର ବେହେରା ପଞ୍ଚାୟତ ସମିତି ସଭ୍ୟ ଯୋଗଦେଇଥିଲେ ।  ଭଉଣୀ ଯେପରି ଭାଇ ହାତରେ ରାକ୍ଷୀ ବାନ୍ଧି ଭାଇ ର ଶୁଭ କାମନା କରେ ସେହିଭଳି ଛାତ୍ରଛାତ୍ରୀମାନେ ବୃକ୍ଷକୁ ଭାଇ ବୋଲି ସମ୍ବୋଧନ କରି ବୃକ୍ଷକୁ  ପୂଜା କରି ରାକ୍ଷୀ ବାନ୍ଧିଥିଲେ । ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପାଟୋଳିପୁରାର ବ୍ରହ୍ମ କୁମାର ଓ ବ୍ରହ୍ମ କୁମାରୀମାନେ  ଅନ୍ତେବାସୀ ଓ ଛାତ୍ର ଛାତ୍ରୀ ମାନଙ୍କୁ ରାକ୍ଷୀ ବାନ୍ଧିବା ସହିତ ଆଦର୍ଶ ଓ ନିଶା ମୁକ୍ତ ହେବା ପାଇଁ ପରାମର୍ଶ ପ୍ରଦାନ କରିବା ସହିତ ଶପଥ ପାଠ କରାଇଥିଲେ । ଅତିଥି  ବୃନ୍ଦ ଓ ଛାତ୍ର ଛାତ୍ରୀଙ୍କ ଦ୍ୱାରା ରାସ୍ତା ପାର୍ଶ୍ୱରେ ବୃକ୍ଷ ରୋପଣ କରାଯାଇଥିଲା ।