ପ୍ରେମ ନିବେଦନ ପରେ ଆକ୍ରମଣ; ଜେଲ ଗଲେ କନଷ୍ଟେବଳ


 ।ା ପ୍ରଭାନୁ୍ୟଜ୍ ।ା ଦଶରଥପୁର : ଜନୈକା ଷ୍ଟାପନର୍ସକୁ ପ୍ରେମ ନିବେଦନ କରି ବିଫଳ ହେବାପରେ ଆକ୍ରମଣ କରି ଜେଲ ଯାଇଛନ୍ତି ଜନୈକ କନଷ୍ଟେବଳ । କନଷ୍ଟେବଳ ହେଲେ ରାମବାଗ ପୁଲିସ ଫାଣ୍ଡିର ଜିତେନ୍ଦ୍ର ବିଶ୍ୱାଳ । ଗତକାଲି ରାତିରେ ବ୍ଲକ୍ର ଡାହାଣହତା ମେରଦା ଉପ ସ୍ୱାସ୍ଥ୍ୟକେନ୍ଦ୍ରର ଷ୍ଟାଫ୍ନର୍ସ ଭାବେ କାର୍ଯ୍ୟ କରୁଥିବା ପୁଷ୍ପାଞ୍ଜଳୀ ନାୟକଙ୍କୁ ଶାରିରୀକ ଓ ମାନସିକ ଭାବେ ଆକ୍ରମଣ କରୁଥିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଛନ୍ତି । ଅଭିଯୋଗ ଅନୁଯାୟୀ  ମହିଳା ନର୍ସଙ୍କୁ ପ୍ରେମ ନିବେଦନ କରି ଗତକାଲି ରାତିରେ କନଷ୍ଟେବଳ ଜଣକ ବିଫଳ ହେବାରୁ ନର୍ସଙ୍କୁ ତାଙ୍କ ରହୁଥିବା ଭଡ଼ାଘରେ ପଶି  ଆକ୍ରମଣ କରିଥିଲେ । ନର୍ସଙ୍କ ଅଭିଯୋଗ ଅନୁଯାୟୀ ଉକ୍ତ କନଷ୍ଟେବଳ ରାତି ଅଧରେ ତାଙ୍କ ଘରେ ପଶି ତାଙ୍କୁ ପ୍ରେମ ନିବେଦନ କରିଥିଲେ । ଏଥିରେ ସେ ରାଜି ନହେବାରୁ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । କନଷ୍ଟେବଳଙ୍କ ଆକ୍ରମଣରେ ନର୍ସ  ଶିକାର ହୋଇଥିଲେ ।  ସମ୍ପୃକ୍ତା ନର୍ସ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ କନଷ୍ଟେବଳକୁ ଗିରଫ କରିବା ସହ ୩୧୭/୨୪ରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି । ଏଥିସହ ଅଭିଯୋଗକାରିଣୀଙ୍କ ଡାକ୍ତରୀ ମାଇନା କରାଯିବା ସହ ବୟାନ ରେକର୍ଡ଼ କରାଯାଇଛି ବୋଲି ମଙ୍ଗଳପୁର ଥାନାଧିକାରିଣୀ ଚିନ୍ମୟୀ ସାହୁ ସୂଚନା ଦେଇଛନ୍ତି ।