ବିରଜାଙ୍କ ପ୍ରତିମୂର୍ତ୍ତି ସ୍ଥାପନାକୁ ବିରୋଧ
ାା ପ୍ରଭାନୁ୍ୟଜ ।ା ଯାଜପୁରଟାଉନ: ନୂତନ ଭାବେ ନିର୍ମାଣ ହୋଇଥିବା ଏକ ପାର୍କରେ ମା’ବିରଜାଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ବିରୋଧ କରାଯାଇଛି । ପାର୍କରେ ମା’ବିରଜାଙ୍କ ପ୍ରତିମୂର୍ତ୍ତିକୁ ଏକତା ମଞ୍ଚ ଓ ବଜରଙ୍ଗ ଦଳ ପକ୍ଷରୁ ବିରୋଧ କରାଯିବା ସହ ଅନ୍ୟ କୌଣସି ପ୍ରତିମୂର୍ତ୍ତି ସ୍ଥାପନ ଦାବି ରଖିଛନ୍ତି । ସେମାନଙ୍କର ଦାବି ମୁତାବକ ପାର୍କ ଭଳି ସର୍ବସାଧାରଣଙ୍କ ଆମୋଦ ପ୍ରମୋଦ ସ୍ଥାନରେ ମା'ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କୋଟିକୋଟି ହିନ୍ଦୁମାନଙ୍କର ଧାର୍ମିକ ଆସ୍ଥା ଉପରେ କୁଠାରଘାତ କରୁଛି । ଅନ୍ୟପକ୍ଷରେ ମା' ବିରଜା କୌଣସି ଆମୋଦ ପ୍ରମୋଦର ବସ୍ତୁ ନୁହଁନ୍ତି ଯେ ତାଙ୍କୁ ପାର୍କ ଭଳି ସ୍ଥାନରେ ସ୍ଥାପନା କରାଯିବ । ଯେଉଁଠି କି ଦୈନିକ ବିଭିନ୍ନ ପ୍ରକାରର ବିଧର୍ମୀମାନଙ୍କର ଅବାଧ ପ୍ରବେଶ ରହିବ, ଯାହାକୁ କେହି ରୋକି ପାରିବେ ନାହିଁ । ବୁଦ୍ଧିଜୀବୀଙ୍କ ମତରେ "ଯଯାତି କେଶରୀ’ କିମ୍ବା "ଭାରତ ମାତା’ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ପାରନ୍ତା ତେବେ ଜିଲା ପ୍ରଶାସନ ଲକ୍ଷ ଲକ୍ଷ ଯାଜପୁର ବାସୀଙ୍କ ପ୍ରଶଂସାଭାଜନ ହୋଇପାରନ୍ତେ । ଏନେଇ ହିନ୍ଦୁ ଏକତା ମଞ୍ଚ ଭାରତ ଓ ରାଷ୍ଟ୍ରୀୟ ବଜରଙ୍ଗ ଦଳ ସଂଗଠନ ପକ୍ଷରୁ ଜିଲାପାଳଙ୍କ ନିକଟରେ ଦାବି ରଖିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ଅରବିନ୍ଦ ଦାସ, ଭାଦଲ କୁମାର ନାୟକ, ମୃତୁ୍ୟଞ୍ଜୟ ପଟ୍ଟନାୟକ, ଅମୀୟ ମହାନ୍ତି, ରାମଚନ୍ଦ୍ର ପ୍ରଧାନ, ଦେବବ୍ରତ ମିଶ୍ର, ଧନେଶ୍ୱର ଜେନା, ପି୍ରୟବ୍ରତ ପଣ୍ଡା, ଧନେଶ୍ୱର ସାହୁ, ଗୌତମ ପରିଡ଼ା, ଉମାକାନ୍ତ ପଣ୍ଡା, ରତିକାନ୍ତ ଜେନା, ସୁରେଶ ପତି, ଅନନ୍ତ ମହାରଣା, ରତିକାନ୍ତ ବେହେରା, ଅଶୋକ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।