‘ବିକଶିତ ଗାଁ, ବିକଶିତ ଓଡ଼ିଶା'ର ଶୁଭାରମ୍ଭ 

 ବିଶୋଇ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭିଡ଼ିଓ ଆଭାସି ମାଧ୍ୟମରେ ଖୋର୍ଦ୍ଧା ଠାରେ "ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାର ଶୁଭାରମ୍ଭ କରିଥିବାବେଳେ ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ପରିସରରେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା' ଯୋଜନାର ଶୁଭାରମ୍ଭ ହୋଇଛି । ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ସଭାପତି ଝୁରିଲାଲ ମହାନ୍ତ ପ୍ରଭୁଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଯୋଜନା ସମ୍ୱନ୍ଧରେ ସୂଚନା ପ୍ରଦାନ କରିଥିଲେ । ବିଡ଼ିଓ ସାଗର ମୁର୍ମୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ଚନ୍ଦ୍ର ମୋହନ ଗିରି, ଜିଲ୍ଲା ପରିଷଦ ସଦସ୍ୟା ବିନ୍ଦୁଷ୍ମିତା ଦେଓ, ବିଜେପି ମଣ୍ଡଳ ସଭାପତି ବନମାଳି ଗିରି, ରଂଜନ କବାଟ, ଆନନ୍ଦ କୁମାର ରାମ ପ୍ରମୁଖ ସାମିଲ୍ ହୋଇଥିଲେ । ପ୍ରତି ଗାଁ ଆଉ ପଞ୍ଚାୟତର ବିକାଶ ଏହି ଯୋଜନାର ମୂଳ ଉଦେ୍ଦଶ୍ୟ । ଏହି ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେରେ ଅଙ୍ଗନବାଡ଼ି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ସମସ୍ତ ପିଆର ମେମ୍ବର ସାମିଲ୍ ହୋଇଥିଲେ ।