ଜଗତପୁର-ନିଶ୍ଚିନ୍ତକୋଇଲି ରାସ୍ତାରେ : ଭାରିଯାନ ଚଳାଚଳ ଉପରେ କଟକଣା
ସାଲେପୁର: କଟକ-ଚାନ୍ଦବାଲି ରାସ୍ତାର ଜଗତପୁର ଠାରୁ ନିଶ୍ଚିନ୍ତକୋଇଲି ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ଉପରେ ରୋକ୍ ଲଗାଇଲେ କଟକ ଜିଲ୍ଲାପାଳ । ପ୍ରକାଶ ଯେ, ଦୈନଦିନ କଟକ-ଚାନ୍ଦବାଲି ରାସ୍ତା ଦେଇ ପାରାଦୀପ ଅଭିମୁଖେ ଶହ ଶହ ସଂଖ୍ୟକ ଭାରିଯାନ ଯାତାୟତ କରୁଛନ୍ତି । ଫଳରେ ଭାରିଯାନ ଚଳାଚଳ କରିବାରୁ ଏହି ରାସ୍ତାରେ ନିୟମିତ ଦୁର୍ଘଟଣା ଘଟି ବହୁ ଧନଜୀବନ ହାନୀ ଘଟୁଥିବାବେଳେ ଭାରୀଯାନ ପାଇଁ ସାଲେପୁର ସହରରେ ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏପରିକି ଅଧିକାଂଶ ସମୟରେ ସାଲେପୁରରେ ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ୍ ରହିବାରୁ ଜରୁରୀକାଳୀନ ଗାଡ଼ି ଯାତାୟତରେ ବାଧା ଉପୁଜିଛି । ଏହି ଭାରିଯାନ ଚଳାଚଳ କରିବାରୁ ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଟିକସ ଫାଙ୍କିବା ପାଇଁ ଏହି ରାସ୍ତା ଦେଇ ଦୈନଦିନ ଆଇରନ୍ ଟ୍ରକ୍ ଠାରୁ ଆରମ୍ଭ କରି ବହୁ ଭାରିଯାନ ଯାତାୟତ କରିଥାଏ । ଏହି ଯାନ ଗୁଡିକ ରାସ୍ତାରେ ନିୟମିତ ଯାତାୟତ କରିବାରୁ ଟ୍ରାଫିକ୍ ସମସ୍ୟା ସାଲେପୁରରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବା ସହ ରାସ୍ତାର ବିଭିନ୍ନ ସ୍ଥାନରେ ରାସ୍ତା ମଧ୍ୟ ଖରାପ ହୋଇଯାଉଛି । ଏ ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଶେଷରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନେ୍ଦ ଜଗତପୁରରୁ ନିଶ୍ଚିନ୍ତକୋଇଲି ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ଉପରେ ରୋକ୍ ଲଗାଇବା ପାଇଁ ନିଦେ୍ର୍ଦଶନାମା ଜାରି କରିଛନ୍ତି । ବିଶେଷ କରି ଏହି ରାସ୍ତାରେ ଜାନୁୟାରୀ ୨୨ତାରିଖ ଠାରୁ ଫେବୃୟାରୀ ୨୧ତାରିଖ ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ଉପରେ ରୋକ ଲଗାଇଛନ୍ତି । ବିଶେଷ କରି ୬ଚକିଆ ଯାନରୁ ଊଦ୍ଧ୍ୱର୍ ଚକିଆ ଭାରିଯାନ ୧୮.୫ଟନ୍ରୁ ଊଦ୍ଧ୍ୱର୍ ଓଜନର ସାମଗ୍ରୀ ନେଇ ଏହି ରାସ୍ତା ଦେଇ ଯାତାୟତ କରିପାରିବେ ନାହିଁ ବୋଲି ନିର୍ଦେଶନାମା ଜାରି କରିଛନ୍ତି । ଯଦି କୌଣସି ଅମାନିଆ ଏହି ଆଦେଶନାମାକୁ ନମାନନ୍ତି, ତେବେ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି ।