ଆନ୍ତଃ ବିଭାଗୀୟ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ସେମିରେ କମରସିଆଲ

 ଜଟଣୀ : ଖୋର୍ଦ୍ଧାରୋଡ ରେଳ ଷ୍ଟାଡିୟମରେ ଚାଲିଥିବା ମଣ୍ଡଳସ୍ଥରୀୟ ଆନ୍ତବିଭାଗୀୟ ଟି-ଟ୍ୱଣ୍ଟି କ୍ରିକେଟ ଟୁର୍ନାମେଣ୍ଟ ରବିବାର ସନ୍ଧ୍ୟାରେ କମରସିଆଲ ଓ ମେକାନିକାଲ ମଧ୍ୟରେ ହୋଇଥିଲା । କମରସିଆଲ ଟସ୍ ଜିତି ବ୍ୟାଟିଂ କାରି ନିର୍ଦ୍ଧାରିତ ୧୫ ଓଭରରେ ୫ ୱିକେଟ ହରାଇ ୧୬୮ ରନ କରିଥିଲା । ଜବାବରେ ମେକାନିକାଲ ୬ ଉଇକେଟ ହରାଇ ମାତ୍ର ୧୪୨ ରନ କରିଥିଲା , କମରସିଆଲ ୨୭ ରନ ରେ ବିଜୟୀ ହୋଇଥିଲା କ୍ଷ ରବି କିରନ ୫୭ ରନ କରିଥିଲେ , ରାଜ କିଶୋର ସାହାଣୀ ୧୨ ବଳରେ ବାର ରନ ଓÿ ୧୮ ରନ ବିନିମୟ ରେ ତିନି ଉଇକେଟ ପାଇଁ ମ୍ୟାନ ଅଫ ମ୍ୟାଚ ହୋଇଥିଲେ କ୍ଷପୁରସ୍କାର ବିତରଣ ଉସôବରେ ଶ୍ରମିକ କଂଗ୍ରେସର ମଣ୍ଡଳ ସଂଯୋଜକ ସୁନୀଲ କୁମାର ଭଞ୍ଜ ମୁଖ୍ୟ ଅତିଥିଭାବେ ଯୋଗଦେଇ ମ୍ୟାନ ଅଫ ମ୍ୟାଚ୍ ପୁରସ୍କାର ଦେଇଥିଲେ । ଶ୍ରମିମ କଂଗ୍ରେସ ଶାଖା ସମ୍ପାଦକ ଏଲ ଡି ମହାନ୍ତି, ସାମୁଏଲ ପ୍ରଧାନ, ସୁନୀଲ ପରିଡା , ପି ରାଜାରାଓ , ଜ୍ଞାନ ସିଂହ, ରବି ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।