ବାବା ବିଶ୍ୱକର୍ମା ନାଇଟ୍ କ୍ରିକେଟ: ଶିଶିର ଇଲେଭେନ ଚାମ୍ପିଅନ

 ବୈତରଣୀ ରୋଡ଼ : ବାବା ବିଶ୍ୱକର୍ମା କ୍ରିକେଟ ବ୍ଲବ୍ ବୈତରଣୀ ରୋଡ ଆନୁକୂଲ୍ୟରେ ଆୟୋଜିତ ନାଇଟ କ୍ରିକେଟ ଉଦ୍ୟାପିତ ହୋଇଯାଇଛି । ୮ଟି ଟିମ୍କୁ ନେଇ ଅନୁଷ୍ଠିତ ମ୍ୟାଚ୍ରେ ଶିଶିର ୧୧ ଯୁଗଳ ଚାମ୍ପିଅନ ହୋଇଥିଲେ । ପୁରସ୍କାର ବିତରଣ ଉତ୍ସବ ଦିପୁ ମଲ୍ଲିକଙ୍କ ତତ୍ୱାବଧାନରେ ମୁଖ୍ୟଅତିଥି ଭାବେ ବିଜେପି ନେତା ପ୍ରକାଶ ଧଳ, ସରପଂଚ ଲିପ୍ସା ପରିଡ଼ା, ସମିତିସଭ୍ୟ ରଶ୍ମି ରଞ୍ଜନ ପରିଡ଼ା, ବୈତରଣୀ ମଣ୍ଡଳ ସଭାପତି ଆଲୋକ କୁମାର ମଲ୍ଲିକ, ୱାଡସଭ୍ୟା ସୁକାନ୍ତି ମଲ୍ଲିକ ଅତିଥି ଭାବେ ଯୋଗ ଦେଇ ବିଜେତା ଦଳକୁ ୯୦୦୦ଟଙ୍କା ଦେବା ସହ ସିଲ୍ ରନରସଅପ୍ ଦଳ ରଣପୁର କ୍ରିକେଟ କ୍ଳବକୁ ୬୦୦୦ଟଙ୍କା ଓ କପ ପ୍ରଦାନ କରଯାଇଥିଲା । ଖେଳକୁ ଟାଇଟନ ପଣ୍ଡା, ନବିନ ଗୁପ୍ତା ପରିଚାଳନା କରିଥିଲେ । ଚାନ୍ଦୁଲୁ ମଲ୍ଲିକ, ପିଂଟୁନ୍ ମଲ୍ଲିକ, ଅକ୍ଷୟ ମହାଳିକ ପ୍ରମୁଖ ସହଯୋଗ କରିଥିଲେ