ବ୍ଲକର ବିଭିନ୍ନ ବିଭାଗରେ ତାଲା

 ଗୋପ: ଜନତାଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ତା ହୋଇଥିଲେ ମଧ୍ୟ ଆଜି ବି ସମସ୍ୟାର ସମାଧାନ ହୋଇପାରୁନାହିଁ । ସରକାରୀ ଅନୁଷ୍ଠାନରେ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ସତ କିନ୍ତୁ ସାଧାରଣ ଜନତାଙ୍କୁ ନ୍ୟୟ ମିଳିବାରେ ଅହେତୁକ ବିଳମ୍ବ ହୋଉଛି । ସରକାରୀ କର୍ମଚାରୀ  ସମସ୍ୟାର ସମାଧାନ କ୍ଷେତ୍ରରେ ଯଦି ସହାୟକ ହେବେନାହିଁ ତେବେ ସାଧାରଣ ଜନତା କହିବେ କାହାକୁ ଶୁଣିବ କିଏ? ଓଡିÿଶାରେ ଏମିତି ଏକ ବ୍ଲକ ରହିଛି ଯେଉଁଠି ସଦାସର୍ବଦା ଅନିୟମିତତା ସାଙ୍ଗକୁ ଦୁର୍ନୀତିର ଗନ୍ତାଘର ପାଲଟିଛି । ଗୋପ ବ୍ଲକ ପୁଣି ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନିର୍ବାଚନ ମଣ୍ଡଳୀର ପ୍ରମୁଖ ବ୍ଲକ ଅଟେ । କଥାରେ ନାଇଁ " ହାତ ଅଳସୁଆ ରୁ  ନିଶ ବଙ୍କା’ ଏଠି  ବ୍ଲକ ପ୍ରଶାସନିକ ଅଧିକାରୀଙ୍କ  ଅପାରଗତା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । ତକ୍ରାଳୀନ ସରକାରଙ୍କ ସମୟରୁ ସମସ୍ତ ଯୋଜନାରେ ବ୍ୟାପକ ପରିମାଣରେ ବାଟମାରଣା ହୋଇଛି । ତାହା ଆବାସ ଯୋଜନା ହେଉ କୀ ବାର୍ଦ୍ଧକ୍ୟ ଭତ୍ତା ପ୍ରତି କ୍ଷେତ୍ରରେ ଅନିୟମିତତା ହେଉଛି । ମୋଟାମୋଟି କହିବାକୁ ଗଲେ ରାଜନେତାଙ୍କ ଛତ୍ର ଛାୟା ତଳେ ରହି ସରକାରୀ କର୍ମଚାରୀ ତାଙ୍କ ମନ୍ ମାନି କରିଚାଲିଛନ୍ତିା ବିଗତ କିଛି ଦିନ ହେବ ନିୟମିତ ଭାବେ କାର୍ଯ୍ୟାଳୟରେ ବିଡିଓ ଛବିରାଣୀ ସାହୁଙ୍କ ଅନୁପସ୍ଥିତ ଯୋଗୁଁ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ କାର୍ଯ୍ୟାଳୟକୁ ସଠିକ ଭାବେ ଆସୁନାହାନ୍ତି । ଯାହାଫଳରେ ରାଜ୍ୟ ସରକାରଙ୍କ ଦ୍ୱାରା ଆଗତ ଯୋଜନାରୁ ବଞ୍ଚିତ ହୋଉଛନ୍ତି ହିତାଧିକାରୀ । ଯେ କୌଣସି ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଗଲେ ତାହା ତାଲା ପଡିଥିବ ଦେଖିବାକୁ ମିଳୁଛି । ବର୍ତମାନ ସମୟରେ ସୁଭଦ୍ରା ଯୋଜନା, ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା ଯୋଜନା ପଞ୍ଚାୟତସ୍ତରୀୟ ହୋଇଥିବ ଯୋଜନାର ରୂପରେଖକୁ ସଠିକ ରୂପେ କାର୍ଯକାରୀ ହୋଇପାରୁନାହିଁ । ଏହାଦ୍ୱାରା ଦୈନିକ ଶତାଧିକ ହିତାଧିକାରୀ ନିରାଶ ହୋଇଫେରୁଛନ୍ତି । ବ୍ଲକ୍ରେ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ଉପମୁଖ୍ୟମନ୍ତ୍ରୀ ବିଚାରକୁ ନେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।