ବୁଥସ୍ତରୀୟ ଜାତୀୟ ପ୍ରଶିକ୍ଷଣ ଶିବିର

 ନୀଳଗିରି  : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିଦେ୍ର୍ଦଶକ୍ରମେ ନୀଳଗିରି ଭୋଟର ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଡ. ମଧୁସ୍ମିତା ସାମନ୍ତରାୟଙ୍କ ପକ୍ଷରୁ ସ୍ଥାନୀୟ ନୀଳଗିରି ମହାବିଦ୍ୟାଳୟ ଠାରେ ବୁଥସ୍ତରୀୟ ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଗୋଷ୍ଠୀ ଉନୟନ ବିକ୍ରମ୍ କେଶୋରି ପରିଡା, ସହକାରୀ ଜିଲ୍ଲାପାଳ ରଞ୍ଜନ ସେନାପତି, ଗୋଷ୍ଠୀ ଶିକ୍ଷାଧିକାରୀ ଭୀମସେନ ବିଶ୍ୱାଳ,  ବରିଷ୍ଠ ରାଜସ୍ୱ ସହାୟକ ସୁଶାନ୍ତ ସିଂ, ପ୍ରଶିକ୍ଷକ ଶିବ ପ୍ରସାଦ ପରିଡ଼ାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା ।  ଆଜିର ଦ୍ୱିତୀୟ ଦିନ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସୁପଭାଇଇଜର, ବିଏଲଓ ମୋଟ ୫୦ ଜଣ ଅଂଶ ଗ୍ରହଣ କରିଥିବା ବେଳେ ପର୍ଯ୍ୟାୟ କ୍ରମେ ସମସ୍ତ ସୁପରଭାଇଜୋର୍ ଓ ବିଏଲଓଙ୍କୁ ଆସନ୍ତା ୧୭ ତାରିଖ ମଧ୍ୟରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁବିଭାଗୀୟ ଅଧିକାରୀ କୌଶଲ୍ୟା ବେହେରା, ନିର୍ବାଚନ ବିଭାଗୀୟ କର୍ମକର୍ତ୍ତା ତଥା ବରିଷ୍ଠ ରାଜସ୍ୱ ସହାୟକ ସୁଶାନ୍ତ ସିଂ, ନରୋତ୍ତମ ପଲେଇ, ଗୀତା ରାଣୀ ସିଂ, ଜେଆରଏ ମୃତୁ୍ୟଞ୍ଜୟ ବେହେରା, ପରମେଶ୍ୱର ନାଏକ, ରଥିଆ ସିଂ, ପ୍ରିୟଙ୍କା ସିଂ, ଶୁଭଲକ୍ଷ୍ମୀ ସେଠୀ, ପ୍ରକାଶ ବେହେରା ଏବଂ ଗୌତମ ହାବୁଡ଼ା ପ୍ରମୁଖ ସହଯୋଗ କରିଥିଲେ ।