ବୃକ୍ଷରୋପଣ ଓ ଚାରା ବଣ୍ଟନ
ବ୍ୟାସନଗର: ସାମାଜିକ ଅନୁଷ୍ଠାନ ଆର୍ୟାଲେକ୍ସ୍ ଫାଉଣ୍ଡେସନ ଫର୍ ସୋସିଆଲ ଆକ୍ଟିଭିଟିଜ୍ (ଆଫସା)ର ତୃତୀୟ ବର୍ଷ ପୂର୍ତି ତଥା ଏହାର ପ୍ରତିଷ୍ଠାତା ଇଂ. ଆଲେକଜାଣ୍ଡାର ଦାସଙ୍କ ଜନ୍ମଦିନ ପାଳନ ଅବସରରେ ୩୭ଟି ସ୍ଥାନରେ ବୃକ୍ଷରୋପଣ ସହ ଚାରା ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି । ନିଜ ପିତା ତଥା ଶିକ୍ଷାବିତ୍ ଏବଂ ସମାଜସେବୀ ସ୍ୱର୍ଗତ ସତ୍ୟାନନ୍ଦ ଦାସଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜସେବା ପ୍ରତି ସଦାସର୍ବଦା ଆଗ୍ରହ ପ୍ରକାଶ କରିଥିବା ଇଂ. ଆଲେକଜାଣ୍ଡାର ନିଜର ସାମାଜିକ ଦାୟିତ୍ୱବୋଧକୁ ସର୍ବାଗ୍ରେ ରଖି ନିଜ ଜନ୍ମଦିନକୁ ସମାଜସେବା ପାଇଁ ଉତ୍ସର୍ଗ କରି ୨୦୨୨ ମସିହା ଜାନୁୟାରୀ ମାସ ୨ତାରିଖରେ ପ୍ରତିଷ୍ଠା କରିଥିଲେ ସାମାଜିକ ଅନୁଷ୍ଠାନ ଆଫସା । ବିଗତ ତିନି ବର୍ଷ ମଧ୍ୟରେ କମ୍ବଳ ବଣ୍ଟନ, ବୃକ୍ଷରୋପଣ, ରକ୍ତଦାନ ଶିବିର, ମାଗଣା ସ୍ୱାସ୍ଥ୍ୟ ଶିବିର ଆଦି ସେବା କାର୍ଯ୍ୟକ୍ରମ କରି ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ କରି ଆଶାର ଆଲୋକ ସାଜିଛି ଆଫସା । ଏହିକ୍ରମେ ଅନ୍ଧାରୀ, ରାଛିପୁର, ଯମୁନା, ଅସନଝର, ଅଳୀଙ୍ଗା, ଲକ୍ଷ୍ମୀନଗର, ଏକତଳା, ଜାଭିୟର ସ୍କୋୟାର, ଫର୍ତିପୁର. ଓଳିଆ, ଉଦୟଗିରି, ନରସିଂପୁର, ଡୁହୁରିଆ, ଅଚୁତିବସନ୍ତ, ଟିକର, ଇଶାଣପୁର, ଓଳାଶୁଣି, ନେଳିବାରୀ, ଫେରୋକ୍ରୋମ, ଓରାଳି, ରଗଡ଼ି, ସୋଲେଇ, ଔପଦା, କଟକ, ଇସ୍କନ ମନ୍ଦିର, ଅମୃତିଆ, ଲଳିତଗିରି, ଅରଡ଼ାପାଳ, ଚିକଣା, ଟମକା, ଇନ୍ଦରି, ବ୍ୟାସନଗର, ଇଚ୍ଛାପୁର, ତୁଳସୀପୁର, ଇଚ୍ଛାପୁର, ଏରବାଙ୍କ, ଶ୍ରୀଧରପୁର ଆଦି ସ୍ଥାନରେ ୨୦୨୫ ମସିହାରେ ୨୨୫ ବୃକ୍ଷରୋପଣ ସହିତ ଚାରା ବଣ୍ଟନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଏଥି ସହିତ ଆଫସାର କିଛି ଗ୍ରୀନଭୋକେଟ୍ ଯାଜପୁର ରୋଡ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରକ୍ତଦାନ କରିଥିଲେ । କାର୍ଯ୍ୟକ୍ରମରେ ଆଫସା, କେଜିଆଇ ପରିବାରର ସଦସ୍ୟ, କେଏଚ୍ଏସ୍ଏସ୍ର ଆଲୁମିନୀ ଏବଂ କେଏନ୍ପିର ଛାତ୍ରଛାତ୍ରୀ ପ୍ରମୁଖ ସାମିଲଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
