ବଗମରା-ବଳମୁକୁଳି ରାସ୍ତା ମରଣଯନ୍ତା

 ସିଂହପୁର: ବିଞ୍ଝାରପୁର ବ୍ଲକ୍ ଅନ୍ତର୍ଗତ ବଗମରା-ବଲମୁକୁଳି ରାସ୍ତା ପାଲଟିଛି ମରଣଯନ୍ତା । ସଂପୃକ୍ତ ରାସ୍ତାରେ ବୋେଇଝ ହୋଇଯାଉଥିବା ବାଲି ଗାଡ଼ିରୁ ବିଛାଡ଼ି ହୋଇପଡୁଥିବା ବାଲି ଯୋଗୁ ରାସ୍ତାର ଏପରି ଅବସ୍ଥା ହୋଇଛି । ଏହି ରାସ୍ତାରେ ଦୈନିକ ଶହଶହ ଲୋକ ସହ ଛାତ୍ରଛାତ୍ରୀ ଯିବା ଆସିବା କରିଥାନ୍ତି । ବିଞ୍ଝାରପୁର ବ୍ଲକ୍ର ବାଳମୁକୁଳି ହାଟଟି ପଡ଼ୁଥିବାରୁ ହାଟ ଉପରେ ନିର୍ଭର କରୁଥିବା ମଧୁସୂଦନପୁର, ଅଙ୍ଗାଳ କନ୍ତପୁର, ରଣପୁର୍ ଅଂଚଳର ଲୋକେ ବି ବାଲି ପାଇଁ ବିଭିନ୍ନ ସମୟରେ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି । ବାରମ୍ବାର ଦୁର୍ଘଟଣା ଘଘଟୁଥିଲେ ହେଁ ପ୍ରଶାସନର କିନ୍ତୁ ଶୁଭ ଦୃଷ୍ଟି ପଡୁନି । ଏଥିପ୍ରତି ପ୍ରଶାସନର ଦୃଷ୍ଟି ପଡିବା ସହ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।