ବେଆଇନ ପାର୍କିଂ ଯୋଗୁ ବଢୁଛି ଦୁର୍ଘଟଣା 

 ରଗଡି : କୋରେଇ ଥାନା ଅନ୍ତର୍ଗତ ୨୦ନଂ ଜାତୀୟ ରାଜପଥ ଅନ୍ଧାରୀ ଠାରୁ ଭାୟା ନୂଆଗଡ ବାଇପାସ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଭାରଯାନ ବେଆଇନ ପାର୍କିଂ କରୁଥିବାରୁ ଦୁର୍ଘଟଣାମାନ ଘଟୁଛି । ବେଆଇନ ପାର୍କିଂ କାରଣରୁ ରାସ୍ତା ସଂକୁଚିତ ହୋଇ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି । ବେଆଇନ ପାର୍କିଂ କରିଥିବା ଗାଡିକୁ ପଛ ପଟୁଅନ୍ୟ ଗାଡି ଧକ୍କାଦେଇ ଏକାଧିକ ଜୀବନ ଯାଇଛି । ରାସ୍ତା କଡରେ ଏକାଧିକ ହୋଟେଲ ଓ ଅନ୍ୟାନ୍ୟ ଦୋକାନ ରହିଥିବାରୁ ଗାଡି ଚାଳକ ଯେଉଁଠି ପାରି ସେଇଠି ମନଇଛା ଘଣ୍ଟା ଘଣ୍ଟା ଧରି ଗାଡି ପାର୍କିଂ କରୁଥିବା ଦେଖିବାକୁ ମିଳିଛି । ଏହାଦ୍ୱାରା ଅନ୍ୟ ଗାଡି ଚାଳକ ତଥା ପଥଚାରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାତି ସମୟରେ ଏହା ଅଧିକ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି । ଯଦ୍ୱାରା ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ କ୍ଷତି ଘଟୁଛି । ମନଇଚ୍ଛା ଗାଡି ପାର୍କିଂ ନକରିବା ପାଇଁ କୋର୍ଟର ନିଦେ୍ର୍ଦଶ ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୈାଣସି ପ୍ରତିକାର ବ୍ୟବସ୍ଥା କରାଯାଉନି । ପୁଲିସ ପ୍ରଶାସନ ପକ୍ଷରୁ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି ।