ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
ଯାଜପୁର ସଦର ଥାନା ଅନ୍ତର୍ଗତ ଉପର ବରୁଆଁ ପଞ୍ଚାୟତର କଚେରୀଗାଁରେ ଚୋରା ବାଲି ଉତୋଳନକୁ ନେଇ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଖରସ୍ରୋତା ନଦୀର କଚେରୀ ଗାଁ ନଦୀଘାଟରୁ ଦୀର୍ଘ ୨୦ବର୍ଷ ହେବ ଜନୈକ ବ୍ୟକ୍ତି ବାଲି ଲୁଟ କରୁଥିବା ବେଳେ ଆଜି ସେହି ଗ୍ରାମର ତପନ ଲେଙ୍କା ନାମକ ଜଣେ ଯୁବକ ନିଜ ଘର କାମ ପାଇଁ ସଂପୃକ୍ତ ବାଲି ମାଫିଆଙ୍କ ରାସ୍ତାକୁ ବ୍ୟବହାର କରି ବାଲି ଉତୋଳନ କରିବାରୁ ତାଙ୍କୁ ସେହି ବାଲି ମାଫିଆ ସପରିବାର ଓ ତାଙ୍କ କର୍ମଚାରୀ ଠେଙ୍ଗା ଓ ଭୁଜାଲି ଧରି ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ସଦର ପୁଲିସ ଘଟଣା ସ୍ଥଳରେ ପର୍ହଚି ତଦନ୍ତ ଆରମ୍ଭ କରିଛି ।