ବେଆଇନ ମେଡିସିନ ଷ୍ଟୋରକୁ ସୁରକ୍ଷା ଦେଉଛନ୍ତି ଜିଲ୍ଲା ଭେଷଜ ନିରୀକ୍ଷକ
ଚାନ୍ଦବାଲି: ଘଣ୍ଟେଶ୍ୱର ଅଞ୍ଚଳରେ ବେଆଇନ ଭାବରେ ଚାଲୁଥିବା ଅନେକ ଔଷଧ ଦୋକାନ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ବଢ଼ିଛି । ନିୟମିତ ଲାଇସେନ୍ସ ବିନା, ଅସମ୍ପୂର୍ଣ୍ଣ ଦଲାଲ ଓ ଅପ୍ରଶିକ୍ଷିତ ଲୋକଙ୍କ ହାତରେ ଔଷଧ ବିକ୍ରି ହେଉଥିବା ସୂଚନା ମିଳୁଛି । ସାଧାରଣ ରୋଗୀଙ୍କ ଜୀବନ ସହ ଖେଳ କରୁଥିବା ଏହି ପ୍ରକାରର ବେଆଇନ ଷ୍ଟୋରଗୁଡିକୁ ବନ୍ଦ କରିବା ପାଇଁ ଅନେକ ବାର ଦାବି ଉଠିଥିଲେ ମଧ୍ୟ,ସବୁ ନଜାଣିଲା ପରି ଅଭିନୟ କରୁଛନ୍ତି ଜିଲ୍ଲା ଭେଷଜ ନିରୀକ୍ଷକ ସାଙ୍ଗକୁ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର ଅଧିକାରୀଣି । ସେଥିରେ କୌଣସି ପଦକ୍ଷେପ ନେଇ ନାହାନ୍ତି ସମ୍ପର୍କିତ ବିଭାଗ ।ରାଧେ ରାଧେ ତମର ଅଧେ କୁ ମୋର ଅଧେରେ ଜିଲ୍ଲା ଭେଷଜ ନିରୀକ୍ଷକ । ସ୍ଥାନୀୟ ଅଭିଯୋଗ ଅନୁସାରେ, କିଛି ବେଆଇନ ମେଡିସିନ ଷ୍ଟୋରକୁ ସିଧାସଳଖ ସୁରକ୍ଷା ଯୋଗାଉଛନ୍ତି ଭେଷଜ ନିରୀକ୍ଷକ । ଅଧିକାରୀଙ୍କ ମଧ୍ୟରେ ପ୍ରଭାବଶାଳୀଙ୍କ ସୁପାରିଶ ଓ ଲେନଦେନରେ, ବେଆଇନ କାରବାରୀମାନେ ନିର୍ଭୟରେ ଷ୍ଟୋର ଚାଲୁ ରଖିଛନ୍ତି । ଏହା ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଗୁରୁତର ହୁମକ ସୃଷ୍ଟି କରୁଛି । ଅନେକ ସ୍ଥାନରେ ଡକ୍ତରଙ୍କ ପ୍ରେସକ୍ରିପସନ୍ ବିନା ଆଣ୍ଟିବାୟୋଟିକ୍, ସ୍ଟେରୋଇଡ୍, ସ୍ଲିପିଂ ପିଲ୍ସ, ଏବଂ କଣ୍ଟ୍ରୋଲ୍ ଡ୍ରଗ୍ ପର୍ଯ୍ୟନ୍ତ ଖୋଲାରେ ବିକ୍ରି ହେଉଛି । ଅଞ୍ଚଳବାସୀଙ୍କ ଅନୁରୋଧ ପୁଲିସ ଏବଂ ଭେଷଜ ବିଭାଗକୁ ଜଣାଇଲେ ମଧ୍ୟ ଏହି ଷ୍ଟୋର ଉପରେ କୌଣସି କାର୍ଯ୍ୟନୁଷ୍ଠାନ ହୋଇନି । ବିପରୀତରେ, ଯେମିତି ଅଧିକାରୀମାନେ ସୁରକ୍ଷା ଦେଇଯାଉଛନ୍ତି ସେମିତି ଚାଲୁଛି । ଏହି ଅଭିଯୋଗ ଉପରେ ଭେଷଜ ନିରୀକ୍ଷକଙ୍କୁ ପଚାରିବାରୁ ସେ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲୋ