ଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋକ
ଦଶପଲ୍ଲା : ଗଡି ଚାଲିଛି ସମୟ, ବଦଳୁଛି ସରକାର ହେଲେ ଓଡିଶାରୁ ହଟୁନି ଦାଦନ ଦୁଃଖ । ପରିବାରର ଅଜାଣତରେ କେରଳକୁ କାମ କରିବାକୁ ଯାଇଥିବା ବେଳେ, ସ୍ୱାମୀଙ୍କ ପତ୍ତା ମିଳୁନଥିବା ପନôୀ ଅଭିଯୋଗ ଆଣିଛନ୍ତି । ଦଶପଲ୍ଲା ପଶ୍ଚିମାଞ୍ଚଳ ବାଣିଗୋଛା ଥାନା ଅଧୀନସ୍ଥ ନେଫାରୀ ଗ୍ରାମର ମଞ୍ଜୁ ବେହେରା ଏଭଳି ଅଭିଯୋଗ ଆଣିଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ, ଗତ ୧୩ ତାରିଖ ଦିନ ସ୍ୱାମୀ ଅର୍ଜୁନ ବେହେରା ତାଙ୍କୁ ନ ଜଣାଇ ବାହାରକୁ ଚାଲି ଯାଇଥିଲେ । ମାତ୍ର ବହୁ ଖୋଜାଖୋଜି କରି କୌଣସି ସନ୍ଧାନ ପାଉନଥିବା ବେଳେ, କେରଳରେ ଥିବା ନେଫାରୀ ବନ୍ଧସାହି ଗ୍ରାମର ସୁରଥ ମାଝୀ, ସେ କାମ କରିବାକୁ ଆସି ନିରୁଦ୍ଦିଷ୍ଟ ଥିବା ସମ୍ପର୍କରେ ଅବଗତ କରାଇଥିଲେ । ଗ୍ରାମର ପଞ୍ଚା ଦେହୁରୀ ସହିତ କାମ କରିବାକୁ ଯାଇଥିବା ବେଳେ ଏବେ ପାଖରେ ନଥିବା ଜାଣିବାକୁ ପାଇଥିଲେ । ଏପଟେ ସ୍ୱାମୀ ଗଲାଦିନଠାରୁ ତାଙ୍କ ସହିତ କୌଣସି ଯୋଗାଯୋଗ ହୋଇନଥିବା ସେ କହିଛନ୍ତି । ଯାହାକୁ ନେଇ ସେ ବାଣିଗୋଛା ଥାନାରେ ଲିଖିତ ଅଭିଯୋଗ କରିବା ସହ ସ୍ୱାମୀଙ୍କୁ ଫେରାଇ ଆଣିବା ପାଇଁ ଆକୁଳ ନିବେଦନ କରିଛନ୍ତି ।