ବେଦାନ୍ତକୁ କଞ୍ଚାମାଲ ଯୋଗାଇବା ଦାବି: ଆଞ୍ଚଳିକ ବିକାଶ ପରିଷଦର ଶୋଭାଯାତ୍ରା

 ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡସ୍ଥିତ ବେଦାନ୍ତ ଆଲୁମିନିୟମ ଲିମିଟେଡକୁ କଞ୍ଚାମାଲ ଯୋଗାଇଦେବା ଦାବିରେ ଆଜି ଲାଞ୍ଜିଗଡ଼ଠାରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । 
ଆଞ୍ଚଳିକ ବିକାଶ ପରିଷଦର ନେତୃତ୍ୱରେ ଶୋଭାଯାତ୍ରାରେ ଆୟୋଜିତ ଥିଲେ । ଦୀର୍ଘ ୨୦ ବର୍ଷ ହେଲା କଳାହାଣ୍ଡି ଜିଲ୍ଲାର ଏକମାତ୍ର ବୃହତ ଶିଳ୍ପ ପ୍ରକଳ୍ପ ଭାବେ ଲାଞ୍ଜିଗଡ଼ରେ ସ୍ଥାପିତ ହୋଇଛି ବେଦାନ୍ତ ଲିମିଟେଡ । ବାହାର ରାଜ୍ୟ ବିଶେଷ କରି ବିଦେଶରୁ ବକ୍ସାଇଟ ଆଣି ଲାଞ୍ଜିଗଡସ୍ଥିତ ପ୍ରକଳ୍ପ ଚଳାଇବା ମୁସ୍କିଲ ହୋଇପଡୁଥିବାବେଳେ ଏହାଦ୍ୱାରା ଅଞ୍ଚଳର ବିକାଶ ପ୍ରକ୍ରିୟାରେ ମଧ୍ୟ ବାଧା ଉପୁଜୁଛି । ଏପରିକି କମ୍ପାନୀ ବାହାରୁ କଞ୍ଚାମାଲ ଆଣି କ୍ଷତିରେ ପଡୁଥିବାବେଳେ କଞ୍ଚାମାଲ ଯୋଗାଇଦେବା ଦାବିରେ ଆଜି କମ୍ପାନୀ ସପକ୍ଷରେ ଏହି ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଆଞ୍ଚଳିକ ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀଧର ପେସନିଆଙ୍କ ନେତୃତ୍ୱରେ ଆୟୋଜିତ ଶୋଭାଯାତ୍ରାରେ ମହାସଚିବ ନିର୍ମଳ ସାମଲ, ଉପସଭାପତି ବାଲି ନାଏକ, ସଦସ୍ୟ ସେନାପତି ନାଏକ, ଅନନ୍ତ ପାଲ, ଉପଦେଷ୍ଟା ଚନ୍ଦ୍ରଧ୍ୱଜ ପେସନିଆ, ରାଜେନ୍ଦ୍ର ପ୍ରତାପ ସିଂଦେଓ, ଚନ୍ଦ୍ରଶେଖର ବେହେରା, ମୀନକେତନ ଷଡ଼ଙ୍ଗୀ, ଏମ୍ଡି ଆୟୁବ ଖାନ, ବଟକୃଷ୍ଣ ପୁଷ୍ଟି, ପୂର୍ବତନ ବିଧାୟକ ଶିବାଜୀ ମାଝୀ, ମନୋହର ହରପାଲ, ସଞ୍ଜୀବ ନାୟକ, ପ୍ରଦୀପ ଘଡେଇ, ଚାଞ୍ଚାର ମାଝୀ, ସରସ୍ୱତୀ ମୁଣ୍ଡା, ସୁନୀଲ ଜୈନ, ଧାନ ମାଝୀ, ଲିଙ୍ଗା ମାଝୀ, ସୁଶାନ୍ତ ମାଝୀ, ବିନୋଦ ଗଉଡ଼, ରାଜେନ୍ଦ୍ର ମାଳି, ଶ୍ରୀବସô ତାଣ୍ଡି ପ୍ରମୁଖଙ୍କ ସହିତ ଅଞ୍ଚଳର ଏକ ହଜାରରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ସାମିଲ ହୋଇଥିଲେ । ସ୍ଥାନୀୟ ବଜାର ପଡ଼ାରୁ ଏହି ଶୋଭାଯାତ୍ରା ବାହାରି ଭୈରବ ମନ୍ଦିର ଦେଇ ଥାନା ସମ୍ମୁଖକୁ ଯାଇଥିଲା । ଥାନା ପରିସରରେ ପ୍ରଶାସନ ପକ୍ଷରୁ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦିଆଯାଇଥିବା ଦାବିପତ୍ର ଗ୍ରହଣ କରିଥିଲେ । 
ଏହି ଅବସରରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଲାଞ୍ଜିଗଡ଼ ତହସିଲଦାର ବନମାଳୀ ମେହେର ଉପସ୍ଥିତ ରହିଥିବାବେଳେ, କେସିଙ୍ଗା ପୁଲିସ ଉପଖଣ୍ଡ ଅଧିକାରୀ ସମ୍ବିତ ମାଝୀଙ୍କ ତତ୍ୱାବଧାନରେ ଲାଞ୍ଜିଗଡ ଥାନାଧିକାରୀ ଜିତେନ୍ଦ୍ର ବିଶ୍ୱାଳ, ବିଶ୍ୱନାଥପୁର ଥାନାଧିକାରୀ ତୁଳସୀରାମ ଶବର, ବିଜେପୁର ଥାନାଧିକାରୀ ନୀଳାମ୍ବର ଜାନୀଙ୍କ ନେତୃତ୍ୱରେ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ଶାନ୍ତି ଶୃଙ୍ଖଳା ରକ୍ଷା ଦାୟିତ୍ୱରେ ନିୟୋଜିତ ଥିଲେ ।