ଅନ୍ତ୍ୟୋଦୟ ଗୃହ ନିର୍ମାଣ କରି ପୁରସ୍କୃତ ହେବେ ବାସନ୍ତୀ
ନୀଳଗିରି : ଅନ୍ତ୍ୟୋଦୟ ଗୃହ ଯୋଜନାରେ ଗୃହ ନିର୍ମାଣ ସମ୍ପନ୍ନ କରିବାରେ ନୀଳଗିରି ବ୍ଲକ ଅଯୋଧ୍ୟା ପଞ୍ଚାୟତ ପ୍ରତାପପୁର ଗ୍ରାମର ରିତା ଓରଫ୍ ବାସନ୍ତୀ ସିଂ ୨୦୨୫-୨୬ ଆର୍ଥôକ ବର୍ଷରେ ନିଜର ଘର ସଠିକ୍ ସମୟରେ ସମ୍ପୂର୍ଣ୍ଣ କରି ବାଲେଶ୍ୱର ଜିଲ୍ଲାରେ ପ୍ରଥମ ହିତାଧିକାରୀ ଭାବେ ବିବେଚିତ ହୋଇଛନ୍ତି । ଏଥିପାଇଁ ବାସନ୍ତୀ ସିଂଙ୍କୁ ଅତିରିକ୍ତ ବୋନସ୍ ବାବଦକୁ ୨୦ ହଜାର ଟଙ୍କା ପାଇବା ପାଇଁ ହକଦାର ହୋଇଛନ୍ତି । ନୀଳଗିରି ବ୍ଳକ ପ୍ରଶାସନ ପକ୍ଷରୁ ବିଡ଼ିଓ ବିକ୍ରମ କେଶରୀ ପରିଡ଼ା, ଅତିରିକ୍ତ ସହାୟକ ଯନ୍ତ୍ରୀ ମଧୁସ୍ମିତା ମହାନ୍ତି, ପଂଚାୟତ କାର୍ଯ୍ୟ ନିର୍ବାହି ଅଧିକାରିଣୀ ଲିତାଞ୍ଜଳି ସିଂ, ପ୍ରଧାନମନ୍ତ୍ରୀ ଗୃହ ଯୋଜନା ତଦାରଖ ଅଧିକାରୀ ହେମନ୍ତ ବେହେରା, ବାସନ୍ତୀ ସିଂଙ୍କ ଗୃହ ପ୍ରବେଶ କାର୍ଯକ୍ରମରେ ଯୋଗଦାନ କରିବା ସହିତ ଶ୍ରୀମତୀ ସିଂଙ୍କୁ ଅଭିନନ୍ଦନ ଓ ଧନ୍ୟବାଦ୍ ଜଣାଇଥିଲେ । ସେ ଜଣେ ବିଧବା ମହିଳା ହୋଇଥିବାବେଳେ ସରକାରଙ୍କ ଅନ୍ତ୍ୟୋଦୟ ଗୃହ ଯୋଜନାରେ ୨୦୨୪-୨୫ ଆର୍ଥôକ ବର୍ଷରେ କାର୍ଯ୍ୟାଦେଶ ପାଇଥିଲେ । କାର୍ଯ୍ୟାଦେଶ ପାଇବାର ଚାରି ମାସ ସରିବା ଆଗରୁ ଗୃହ କାର୍ଯ୍ୟ ଶେଷ କରିଥିଲେ ।