ବୈତରଣୀ ଜ୍ୟୋତିର ଲୋକାର୍ପଣ ଉତ୍ସବ
ଯାଜପୁର ଟାଉନ : ବିରଜା ମଣ୍ଡଳ ବିଦୁ୍ୟତ୍ ପରିଷଦ ଆୟୋଜିତ ଆଧ୍ୟାତ୍ମିକ ଗବେଷଣାତ୍ମକ ପତ୍ରିକାର ତିୃତୀୟ ସଂଖ୍ୟାର ଲୋକକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ଭୂପତି ଭୂଷଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ଜିଲା ପ୍ରକଳ୍ପ ନିଦେ୍ର୍ଦଶକ ଅଶୋକ କୁମାର ବେହୁରୀଆ, ପ୍ରଫେସର ଡ଼.ବଟକୃଷ୍ଣ ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସିତିକଣ୍ଠ କାନୁନ୍ଗୋ, ବୈକୁଣ୍ଠନାଥ ପତି, ବିଶିଷ୍ଠ ସମାଲୋଚକ ଡ଼.ରବିନ୍ଦ୍ର ବିହାରୀ ପ୍ରମୁଖ ଯୋଗଦେଇ ଯାଜପୁରର ଇତିହାସ ଉପରେ ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରିଥିଲେ । ଏହି ଅବସରରେ ବୈତରଣୀ ଜ୍ୟୋତିକୁ ଅତିଥି ବେହୁରୀଆ ଉନ୍ମୋଚନ କରିବା ସହିତ ବୈତରଣୀ ଜ୍ୟୋତି ସମ୍ମାନ ଉକôଳର ମହାନ୍ ବିଜ୍ଞ ଆକାଶବାଣୀ କଟକର ପ୍ରାକ୍ତନ ନିଦେ୍ର୍ଦଶକ ଡ଼.ଶାନ୍ତନୁ କୁମାର ରଥ, ବିଶିଷ୍ଠ ସାହିତି୍ୟକ ଜଗନ୍ନାଥ ଧଳଙ୍କୁ ମାନପତ୍ର ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ବୈତରଣୀ ଜ୍ୟୋତିର ମୁଖ୍ୟ ସମ୍ପାଦକ ପଣ୍ଡିତ ଡ଼. ପ୍ରଭଞ୍ଜନ ପତି ପ୍ରାରମ୍ଭିକ ସୂଚନା ଦେଇ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ।